ନୂଆଦିଲ୍ଲୀ : କୋରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 192.40 କୋଟିରୁ ଅଧିକ ଟିକା ଦିଆଯାଇଛି । 192.40 କୋଟି (1,92,40,45,605) ଟିକା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣା ଦିଆଯାଇଛି ।
ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 20.10 କୋଟିରୁ ଉର୍ଦ୍ଧ୍ବ ଟିକା - ଭାରତରେ କୋରୋନା ଟୀକାକରଣ
ମହାମାରୀକୁ ମାତ୍ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ଏବେ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 192.40 କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ
ତେବେ ଏବେ ସୁଧା 20.10 କୋଟିରୁ ଅଧିକ (20,10,82,885) କୋରୋନା ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପାଖରେ ମହଜୁଦ ରହିଛି । ମହାମାରୀରେ ରୋକ୍ ଲାଗାଇବା ପାଇଁ 2021 ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ