ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦୈନିକ 3 ହଜାର ଉପରେ ରହୁଥିବା ବେଳେ ଟୀକାକରଣକୁ ମଧ୍ୟ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ମହାମାରୀକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ଏବେ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୯.୪୩ କୋଟିରୁ ଅଧିକ ଟିକା ମହଜୁଦ ଅଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ୧୯୩.୨୮ କୋଟିରୁ ଅଧିକ (୧,୯୩,୨୮,୯୦,୯୬୫ ) ଟିକା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି ।
ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି 19.43 କୋଟିରୁ ଊର୍ଦ୍ଧ୍ବ ଟିକା - କୋରୋନା ଟୀକାକରଣ
ମହାମାରୀକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ । ଏବେ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୯.୪୩ କୋଟିରୁ ଅଧିକ ଟିକା ମହଜୁଦ ଅଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ମହାମାରୀରେ ରୋକ୍ ଲଗାଇବା ପାଇଁ 2021 ଜାନୁଆରୀ 16 ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ 2021 ଜୁନ୍ 21ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ଟିକା ଦିଆଯାଇଥିଲା ।
ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକ୍ସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।