ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ମାତ ଦେବାକୁ ଦେଶରେ ବ୍ୟାପକ ସ୍ତରରେ ଜାରି ରହିଛି ମେଗା ଟୀକାକରଣ କାର୍ଯ୍ୟକ୍ରମ । ଟୀକାକରଣ ମାମଲାରେ ଜି-୭ ଦେଶଗୁଡିକୁ ପଛରେ ପକାଇଛି ଭାରତ । କେବଳ ଅଗଷ୍ଟ ମାସରେ ଭାରତରେ ୧୮ କୋଟି ଭ୍ୟାକ୍ସିନ ଡୋଜ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ମିଳିଛି ସୂଚନା ।
G-7 ଗ୍ରୁପ୍କୁ ପଛରେ ପକାଇଲା ଭାରତ, ଅଗଷ୍ଟରେ ଦେଲା 18 କୋଟି ଭ୍ୟାକ୍ସିନ - ଭାରତ ଟୀକାକରଣ
ଟୀକାକରଣ ମାମଲାରେ ଜି-୭ ଦେଶଗୁଡିକୁ ପଛରେ ପକାଇଦେଇଛି ଭାରତ । ଅଗଷ୍ଟ ମାସରେ ଭାରତରେ ୧୮ କୋଟି ଭ୍ୟାକ୍ସିନ ଡୋଜ ଦେଇ ସୃଷ୍ଟିକଲା ରେକର୍ଡ । ଅଧିକ ପଢନ୍ତୁ...
ଭାରତରେ ଅଗଷ୍ଟରେ ହୋଇଥିବା ଟୀକାକରଣ ଜି-୭ ଦେଶଗୁଡିକଠାରୁ ଅନେକ ଗୁଣରେ ଅଧିକ ବୋଲି କୁହାଯାଉଛି । ଜି-୭ ଦେଶଗୁଡିକରେ ଏହି ସଂଖ୍ୟା ୧୦.୧ କୋଟି ରହିଛି । କେନ୍ଦ୍ର ସରକାରଙ୍କ MyGovIndia ଟ୍ବିଟର ଆକାଉଣ୍ଟ ଜରିଆରେ ଏହି ସୂଚନା ସେୟାର କରାଯାଇଛି । ଟ୍ବିଟ୍ରେ ଲେଖାଯାଇଛି, ଆଉ ଏକ ଉପଲବ୍ଧି । ଅଗଷ୍ଟରେ ୧୮ କୋଟିରୁ ଊର୍ଦ୍ଧ୍ବ କୋରୋନା ଭ୍ୟାକ୍ସିନ ଡୋଜ୍ ସହିତ ଭାରତ ବିଶ୍ବମଞ୍ଚରେ କୀର୍ତ୍ତିମାନ ସ୍ଥାପନ କରିଛି ।
କାନାଡା ଅଗଷ୍ଟରେ 30 ଲକ୍ଷ ଟିକା ଡୋଜ ଦିଆଯାଇଛି । ଏଥି ସହିତ ବ୍ରିଟେନ 50 ଲକ୍ଷ, ଇଟାଲୀ 80 ଲକ୍ଷ ଏବଂ ଜର୍ମାନୀ ୯୦ ଲକ୍ଷ ଡୋଜ ଦେଇଛନ୍ତି । ଜି-7 ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଏବଂ ଫ୍ରାନ୍ସ ୧୦ କୋଟିରୁ ଅଧିକ ଡୋଜ ଦେବାରେ ସକ୍ଷମ ହୋଇଛନ୍ତି । ଜାପାନ ୪ କୋଟି ଡୋଜ ଦେଇଥିବାବେଳେ ଆମେରିକା ଏବଂ ଫ୍ରାନ୍ସ ଯଥାକ୍ରମେ 2.3 କୋଟି ଏବଂ 1.3 କୋଟି ଟିକା ଡୋଜ ଦେଇଛନ୍ତି ।