ଓଡିଶା

odisha

ETV Bharat / bharat

୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀ - ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀ

ଗତ ତିନିବର୍ଷରେ ୧୭ ହଜାର କୃଷକ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାରରୁ ଉର୍ଦ୍ଧ୍ବ ଚାଷୀ
୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୭ ହଜାରରୁ ଉର୍ଦ୍ଧ୍ବ ଚାଷୀ

By

Published : Feb 9, 2022, 8:54 AM IST

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଚାଷୀ ଆତ୍ମହତ୍ୟା । ୨୦୧୮ରୁ ୨୦୨୦ ଏହି ୩ ବର୍ଷ ମଧ୍ୟରେ ବିଭିନ୍ନ କାରଣ ପାଇଁ ଦେଶରେ ୧୭୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଲୋକସଭାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରା ଏନେଇ ତଥ୍ୟ ରଖିଛନ୍ତି ।

ଏକ ପ୍ରଶ୍ନର ଜବାବରେ ଅଜୟ ମିଶ୍ରା କହିଛନ୍ତି କି, ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଏବଂ ଆତ୍ମହତ୍ୟା ମାମଲାର ରେକର୍ଡ ପ୍ରସ୍ତୁତ କରିଥାଏ । ରିପୋର୍ଟ ଅନୁଯାୟୀ, ୨୦୧୮ରେ ୫,୭୬୩ କୃଷକ, ୨୦୧୯ରେ ୫,୯୫୭ କୃଷକ ଏବଂ ୨୦୨୦ ରେ ୫,୫୭୯ କୃଷକ ଆତ୍ମହତ୍ୟା କରିଛନ୍ତି।

ଲୋକସଭାରେ ବିରୋଧୀ ଦଳର କିଛି ସଦସ୍ୟ ୨୦୨୨-୨୩ କେନ୍ଦ୍ରୀୟ ବଜେଟ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କହିଥିଲେ, ଦରଦାମ ବୃଦ୍ଧି, ବେରୋଜଗାରୀ ଏବଂ ଚାଷୀଙ୍କ ସହ ଜଡିତ ମୁଦ୍ଦାକୁ ନେଇ ଆଦୌ ଧ୍ୟାନ ଦେଇନାହାନ୍ତି ସରକାର । ଦେଶରେ ଗତ ୩ ବର୍ଷ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କରିବା ଘଟଣା ଚିନ୍ତାଜନକ ଅଟେ ।

ABOUT THE AUTHOR

...view details