ଓଡିଶା

odisha

ETV Bharat / bharat

7ଦିନରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ: Indian Embassy - ୟୁକ୍ରେନରୁ ସ୍ଥାନାନ୍ତରଣ ନେଇ ଦୂତାବାସର ସୂଚନା

ଗତ ସପ୍ତାହରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଉର୍ଦ୍ଧ୍ବ । ସୁମି ସହର ସମ୍ପୂର୍ଣ୍ଣ ଭରତୀୟ ମୁକ୍ତ ହୋଇସାରିଥିବା ବେଳେ ଖାର୍କିଭ ଓ ଅନ୍ୟ ସହରରୁ ମଧ୍ୟ ସମସ୍ତ ଭାରତୀୟଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବା ନେଇ ସୂଚନା ଦେବା ସହ ସମସ୍ତ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ଛାତ୍ରଙ୍କୁ ଆହ୍ବାନ ଦେଲା ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

ସପ୍ତାହେ ମଧ୍ୟରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ: Indian embassy
ସପ୍ତାହେ ମଧ୍ୟରେ ୟୁକ୍ରେନରୁ ଉଦ୍ଧାର ହେଲେଣି ୧୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ: Indian embassy

By

Published : Mar 5, 2022, 9:25 PM IST

ନୂଆଦିଲ୍ଲୀ:ଗତ ସପ୍ତାହକ ମଧ୍ୟରେୟୁକ୍ରେନରୁ ଉଦ୍ଧାର ହେଲେଣି ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକ । ଯୁଦ୍ଧରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦୁଇ ପ୍ରମୁଖ ୟୁକ୍ରେନୀୟ ସହର ଖାର୍କିଭ ଏବଂ ସୁମିରୁ ପ୍ରାୟତଃ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସୁମିରେ ଆଉ କେହି ଭାରତୀୟ ନଥିବା ଦୂତାବାସ ସ୍ପଷ୍ଟ କରିଛି । ଅପରେସନ ଗଙ୍ଗାର ଅଗ୍ରଗତି ଓ ଆଗାମୀ କାର୍ଯ୍ୟକାରୀତା ନେଇ ବିସ୍ତୃତ ଭାବେ ଏକ ପ୍ରେସ ବିବୃତ୍ତୁିରେ ସୂଚନା ଦେଇଛନ୍ତି କିଭରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ।

ବିବୃତ୍ତିରେ କୁହାଯାଇଛି, ୟୁକ୍ରେନ ସୀମା ଛାଡିଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଶଂ ଭାରତ ଅଭିମୁଖେ ଫେରି ସାରିଥିବାବେଳେ ଅବଶିଷ୍ଟ କିଛି ଛାତ୍ର ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ପହଞ୍ଚି ସାରିଛନ୍ତି । ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ସେମାନଙ୍କୁ ମଧ୍ୟ ସ୍ବଦେଶ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ଦୂତାବାସ ପକ୍ଷରୁ ଆଶ୍ବାସନା ଦିଆଯାଇଛି ।

ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରିବା ଏବଂ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ରହିବା ପାଇଁ ଛାତ୍ରମାନଙ୍କୁ ଅନୁରୋଧ କରାଯାଇଛି । ଆଜି ୧୫ ବିମାନରେ ୩ ହଜାର ଭାରତୀୟ ସ୍ବଦେଶରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି (ରବିବାର) ୧୧ଟି ବିମାନରେ ଆଉ ୨୨ ଶହ ଭରତୀୟ ସ୍ବଦେଶ ଅଭିମୁଖେ ଉଡାଣ ଭରିବା ନେଇ ମଧ୍ୟ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details