ଓଡିଶା

odisha

ETV Bharat / bharat

ଭାରତ ସୀମାରେ ପୁଣି ପଶିଲା ଚୀନ ସେନା ! ଦେବଭୂମିରେ ଭାଙ୍ଗିଥିଲା ବ୍ରିଜ

ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ଚୀନ ସେନାର ୧୦୦ରୁ ଅଧିକ ଯବାନ ସୀମା ପାର୍‌ କରି ଭାରତରେ ଅନୁପ୍ରବେଶ କରିଥିଲେ । ୩୦ ଅଗଷ୍ଟରେ ଘଟିଥିଲା ଏହି ଘଟଣା । ଅଧିକ ପଢନ୍ତୁ...

ଭାରତ ସୀମାରେ ପୁଣି ପଶିଥିଲା ଚୀନ ସେନା ! ଦେବଭୂମିରେ ଭାଙ୍ଗିଥିଲା ବ୍ରିଜ
ଭାରତ ସୀମାରେ ପୁଣି ପଶିଥିଲା ଚୀନ ସେନା ! ଦେବଭୂମିରେ ଭାଙ୍ଗିଥିଲା ବ୍ରିଜ

By

Published : Sep 30, 2021, 10:27 PM IST

ଡେରାଡୁନ: ସୁଧୁରୁନି ଚୀନ । ସୀମା ଡେଉଁଛି ଡ୍ରାଗନ । ଲଦାଖ ପରେ ଏବେ ଉତ୍ତରାଖଣ୍ଡରେ ସୀମା ଲଂଘିଛନ୍ତି ଚୀନ ସେନା । ପୂର୍ବ ଲଦାଖରେ ଉତ୍ତେଜନା ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡରେ ଚୀନ ସେନା କରିଛି ଅନୁପ୍ରବେଶ । ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ଚୀନ ସେନାର ୧୦୦ରୁ ଅଧିକ ଯବାନ ସୀମା ପାର୍‌ କରି ଭାରତରେ ଅନୁପ୍ରବେଶ କରିଥିଲେ । ୩୦ ଅଗଷ୍ଟରେ ଘଟିଥିଲା ଏହି ଘଟଣା ।

ଅନୁପ୍ରବେଶର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ବାରାହୋତୀ ଅଞ୍ଚଳରେ ଚୀନ ସୈନିକ ପୁଣି ପ୍ରତ୍ୟାବର୍ତ୍ତନ କରିଯାଇଥିଲେ । ତୁନ ଜୁନ ଲା ନିକଟ ସୀମା ପାର କରି ଚୀନର ପାଖାପାଖି ୧୦୦ ସୈନିକ ଭାରତୀୟ ସୀମାର ୫ କିଲୋମିଟର ଭିତରକୁ ଧସେଇ ପଶିଆସିଥଇବା ରିପୋର୍ଟରେ କୁହାଯାଉଛି ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଚୀନ ସୈନିକ ଫେରିବା ପୂର୍ବରୁ ଏହି ଅଞ୍ଚଳରେ ଥିବା ଏକ ପୋଲକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ହେଲେ ୧୦୦ରୁ ଅଧିକ ସଂଖ୍ୟକ ସୈନିକଙ୍କ ଅନୁପ୍ରବେଶ ଖବରକୁ ଖଣ୍ଡନ କରିଛନ୍ତି ସୁରକ୍ଷା ଏଜେନ୍ସି ।

ଏଲଏସିର ହଟ ସ୍ପ୍ରିଙ୍ଗ ଏବଂ ଗୋଗ୍ରାରେ ଗତ ବର୍ଷ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଇତି ମଧ୍ୟରେ ଉଭୟ ଦେଶ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details