ନୂଆଦିଲ୍ଲୀ: ସୋମବାର ଠୁ ଦେଶରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍(Booster Shot) ଟୀକାକରଣ । ୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ପ୍ରିକସନ ଡୋଜ୍ ବା ବୁଷ୍ଟର ଡୋଜ୍ ଦିଆଯାଉଛି । ତେବେ ଏହି ଟୀକାକରଣ ଆରମ୍ଭ ହେବାର ଗୋଟିଏ ଦିନରେ ଅର୍ଥାତ୍ ସୋମବାର ରାତି ୮ଟା ସୁଦ୍ଧା ପ୍ରାୟ ୯ ଲକ୍ଷରୁ ଅଧିକ ହିତାଧିକାରୀ ବୁଷ୍ଟର୍ ସଟ୍ ନେଇଛନ୍ତି(booster doses on first day) । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏବେସୁଦ୍ଧା ଦେଶରେ ମୋଟ ଟୀକାକରଣ 152.78 କୋଟିରେ ପହଞ୍ଚିଛି । ସେଥିମଧ୍ୟରୁ ୯,୩୬,୨୬୪ ହିତାଧିକାରୀ ପ୍ରିକସନ ଡୋଜ୍(Booster Shot) ଗ୍ରହଣ କରିଛନ୍ତି । ମୋଟ ଟୀକାକରଣ କଥା କହିଲେ, ଏଯାବତ୍ ମୋଟ ୮୮,୯୭,୮୨,୫୫୫ ଜଣ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ୬୩,୭୧,୧୭,୧୩୨ ଦ୍ବିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ୪୫-୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ୧୯,୬୩,୬୩,୫୨୯ ପ୍ରଥମ ଡୋଜ୍ ଓ ୧୫୬୯୫୭୬୪୧ ଦ୍ବିତୀୟ ଡୋଜ୍ ନେଇଛନ୍ତି । ସେହିପରି ଏବେସୁଦ୍ଧା ୨,୫୯୮,୭,୭୪୧ କିଶୋର କିଶୋରୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ।