ନୂଆଦିଲ୍ଲୀ: 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଦିଆଯିବ ଟିକା । ଏନେଇ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେସନ ପ୍ରକ୍ରିୟା । କୋ-ୱିନ ପୋର୍ଟାଲ ଯାଇ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକମାନେ ନିଜ ନାମ ପଞ୍ଜୀକୃତ କରିପାରିବେ । ତେବେ 28 ଏପ୍ରିଲରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଗୋଟିଏ ଦିନରେ ପ୍ରାୟ 1.70 କୋଟିରୁ ଅଧିକ ଲୋକ ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି । ପୋର୍ଟାଲ୍ ପ୍ରତି ସେକେଣ୍ଡରେ 50 ହଜାରରୁ ଅଧିକ ଆପ୍ଲିକେସନ୍ ପ୍ରୋଗ୍ରାମ ଇଣ୍ଟରଫେସ୍ API କଲ୍ ପରିଚାଳନା କରିଥିଲା । 18 ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟୀକାକରଣ ଶନିବାର ଠାରୁ ଆରମ୍ଭ ହେବ । ତେବେ ଏନେଇ ସରକାର କହିଛନ୍ତି, କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ କୌଣସି ବୈଷୟିକ ତ୍ରୁଟି ବିନା କାର୍ଯ୍ୟ ଜାରି ରଖିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ପ୍ରଥମ 3 ଘଣ୍ଟା ମଧ୍ୟରେ ଅର୍ଥାତ ଅପରାହ୍ନ 4 ଟାରୁ ସନ୍ଧ୍ୟା 7 ଟା ସୁଦ୍ଧା 80 ଲକ୍ଷରୁ ଅଧିକ ଲୋକ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କୋ-ୱିନ୍ ପ୍ଲାଟଫର୍ମର ସର୍ଭର୍ କୌଣସି ପ୍ରକାରେ ମଧ୍ୟ ଡାଉନ୍ ହୋଇନାହିଁ । ଏଥିରେ କୁହାଯାଇଛି ଯେ ପ୍ରଥମ 3 ଘଣ୍ଟା ମଧ୍ୟରେ 383 ନିୟୁତ API ଆସୁଥିଲା ଏବଂ ପ୍ରାୟ 1.45 କୋଟି SMS ସଫଳତାର ସହ ପଠାଯାଇଥିଲା ।