ନୂଆଦିଲ୍ଲୀ:ମେ ପହିଲାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହାରି ମଧ୍ୟରେ ନିର୍ଦ୍ଧାରିତ ଦିନ ଟୀକାକରଣକୁ ନେଇ ଲାଗି ରହିଛି ଆଶଙ୍କା । ଦେଶରେ ଏବେ ଟିକା ଷ୍ଟକ୍ ନଥିବାରୁ କିଛି ରାଜ୍ୟରେ ବିଳମ୍ବରେ ଆରମ୍ଭ ହେବ ଟୀକାକରଣ ।
ସନ୍ଦେହରେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ଉତ୍ତର, ରାଜ୍ୟରେ ଉପଲବ୍ଧ ରହିଛି 1କୋଟି ଡୋଜ - ସ୍ବାସ୍ଥ୍ୟମନ୍ତ୍ରଣାଳୟ
ଟୀକାକରଣକୁ ନେଇ ଦେଶବାସୀଙ୍କ ମନରେ ଦ୍ବନ୍ଦ୍ବ ଉପୁଜୁଥିବାବେଳେ ଉତ୍ତର ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...
ସନ୍ଦେହ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ଉତ୍ତର, ରାଜ୍ୟରେ ଉପଲବ୍ଧ ରହିଛି 1 କୋଟି ଡୋଜ
ଟୀକାକରଣକୁ ନେଇ ଦେଶବାସୀଙ୍କ ମନରେ ଦ୍ବନ୍ଦ ଉପୁଜୁଥିବାବେଳେ ଉତ୍ତର ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ବର୍ତ୍ତମାନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 16 କୋଟି ଟିକା ମାଗଣାରେ ଦିଆଯାଇସାରିଛି । ଏବେ ରାଜ୍ୟଗୁଡିକ ପାଖରେ 1 କୋଟିରୁ ଉର୍ଦ୍ଧ୍ବ ଟିକା ଉପଲବ୍ଧ ରହିଛି । ଆସନ୍ତା 3 ଦିନରେ 20 ଲକ୍ଷରୁ ଉର୍ଦ୍ଧ୍ବ ଟିକା ରାଜ୍ୟଗୁଡିକୁ ପଠାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।