ହାଇଦ୍ରାବାଦ:ନିଜ କାର୍ଯ୍ୟକାଳ ଅବଧିରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନାଇଡୁ ଉପ ରାଷ୍ଟ୍ରପତି ଭାବେ ତାଙ୍କ 5 ବର୍ଷ କାର୍ଯ୍ୟକାଳରେ ସମଗ୍ର ଦେଶ ଭ୍ରମଣ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ପ୍ରାୟ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ପାଇଛନ୍ତି ନାଇଡୁ । ଯାହା ଉପରାଷ୍ଟ୍ରପତି ଭାବେ ତାଙ୍କର ବିରଳ ରେକର୍ଡ ମଧ୍ୟ । ସେ ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମ ମଧ୍ୟରେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ରହିଛି ।
ଚଳିତ ମାସ 10 ତାରିଖରେ ଉପରାଷ୍ଟ୍ରପତି ନାଇଡୁଙ୍କ କର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟସଭା ଅଧ୍ୟକ୍ଷ ଭାବେ ତାଙ୍କର ଗୃହ ପରିଚାଳନା ଓ ଅନ୍ୟାନ୍ୟ ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା ମଧ୍ୟ କରିଛନ୍ତି । ଆଜି ବିଦାୟୀ ଉପ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ନୈଶ୍ୟଭୋଜିର ଆୟୋଜନ ମଧ୍ୟ କରାଯାଇଛି । ଏଥିରେ ପ୍ରାଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର କ୍ୟାବିନେଟର ପ୍ରାୟ ସମସ୍ତ ମନ୍ତ୍ରୀ ଓ ବିଭିନ୍ନ ଦଳର ବରିଷ୍ଠ ସାଂସଦମାନେ ଅଂଶଗ୍ରହଣ କରିବେ ।