ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ପୋଲିସ ମହାନିର୍ଦ୍ଦେଶକ ଏବଂ ଇନ୍ସପେକ୍ଟର ଜେନେରାଲଙ୍କ ତ୍ରିଦିବସୀୟ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଅପ୍ରଚଳିତ ତଥା ପୁରୁଣା ଫୌଜଦାରୀ ଆଇନକୁ ସମ୍ପୂର୍ଣ୍ଣ ହଟାଯାଉ । ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ମଧ୍ୟରେ ସମନ୍ବୟ ବୃଦ୍ଧି ପାଇବା ଆବଶ୍ୟକ । ଏହାଦ୍ବାରା ଉଭୟଙ୍କର ସାମର୍ଥ୍ୟ ବୃଦ୍ଧି ପାଇବ ।''
ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମ ଦଳ ମଧ୍ୟରେ ଉନ୍ନତ ବ୍ୟବସ୍ଥା ଆଣିବାକୁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଡିଜିପି ଏବଂ ଆଇଜିପି ସମ୍ମିଳନୀକୁ ମଡେଲ କରିବାକୁ ହେବ । ଏହି ସମ୍ମିଳନୀରେ ପୁଲିସିଂ ଓ ରାଷ୍ଟ୍ରୀୟ ସୁରକ୍ଷାକୁ ସାମିଲ କରାଯାଇଛି ଯେଉଁଥିରେ ଆତଙ୍କବାଦ ଏବଂ ସାଇବର ସୁରକ୍ଷା ସାମିଲ ଅଛି ।
ଏହା ବି ପଢନ୍ତୁ...Pathaan row: ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଶାହାରୁଖ ଖାନ କିଏ ? ରାତି 2ଟାରେ ଫୋନ୍ କଲେ ଶାହରୁଖ
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୋଲିସ ବଳ ଗୁଡିକ 'ଫୁଟ ପାଟ୍ରୋଲ' ଭଳି ପାରମ୍ପରିକ ବ୍ୟବସ୍ଥାକୁ ମଜଭୁତ କରିବା ଦରକାର । ଏହାଛଡା ସୀମା ଏବଂ ତଟୀୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅଧିକାରୀମାନେ ଲଗାତାର ଗସ୍ତ କରିବା ଆବଶ୍ୟକ । ସଂଗଠନଗୁଡିକ ମଧ୍ୟରେ ତଥ୍ୟ ବିନିମୟକୁ ସୁଗମ କରିବା ପାଇଁ ନ୍ୟାସନାଲ ଡାଟା ଗଭର୍ଣ୍ଣର ଫେମୱର୍କ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।''
ତ୍ରିଦିବସୀୟ ସମ୍ମଳନୀରେ ନେପାଳ ଏବଂ ମିଆଁମାର ସହିତ ସୀମା ସୁରକ୍ଷାକୁ ଚ୍ୟାଲେଞ୍ଜ, ଭାରତରେ ଦୀର୍ଘ ଦିନ ଧରି ରହିଥିବା ବିଦେଶୀଙ୍କ ପରିଚୟ ପ୍ରକାଶ କରିବା ରଣନୀତି ଏବଂ ଆତଙ୍କୀଗଡକୁ ଟାର୍ଗେଟ କରିବା ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ତ୍ରିଦିବସୀୟ ବୈଠକରେ ସାମିଲ ହୋଇଥିଲେ । ଏହା ସହିତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପାଖାପାଖି 600 ପୋଲିସ ଅଧିକାରୀ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବଣ୍ଟନ କରିବା ପରେ ସମ୍ମିଳନୀ ଉଦଯାପିତ ହୋଇଥିଲା ।
2013ରୁ ଏହି ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏହା ପରେ 2014ରେ ଗୌହାଟୀ, 2015ରେ କଚ୍ଛ, 2016ରେ ହାଇଦ୍ରାବାଦର ରାଷ୍ଟ୍ରୀୟ ପୋଲିସ ଏକାଡେମୀ, 2017ରେ ଟେକନପୁର ବିଏସଏଫ ଏକାଡେମୀ, 2019ରେ ପୁଣେ, 2020 ଏବଂ 2021ରେ କୋଭିଡ ମହାମାରୀ ପାଇଁ ଏହି ସମ୍ମିଳନୀ ଭିଡିଓ କନଫରେନିସଂ ଜରିଆରେ ହୋଇଥିଲା ।