ଥିରୁଅନନ୍ତପୁରମ: କେରଳରେ ମାଡୁଛି ଆନ୍ଥ୍ରାକ୍ସ ରୋଗ । କେରଳର ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏହି ରୋଗରେ ଅନେକ ପଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସ୍ପଷ୍ଟ କରିଛନ୍ତି ଯେ, "ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ବଣୁଆ ଘୁଷୁରୀମାନେ ଆନ୍ଥ୍ରାକ୍ସ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପକ୍ଷରୁ ଜାରି କରାଯାଇଥିବା ଏକ ତଥ୍ୟରେ କୁହାଯାଇଛି ଯେ, ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ଆନ୍ଥ୍ରାକ୍ସ ରୋଗ ଯୋଗୁଁ ହିଁ ମୃତ୍ୟୁ ହୋଇଛି । ଏନେଇ ପଶୁପାଳନ ବିଭାଗ ଏବଂ ଜଙ୍ଗଲ ବିଭାଗ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ ଜଣାପଡିଲା ଯେ, ଆନ୍ଥ୍ରାକ୍ସ ରୋଗ ପାଇଁ ହିଁ ମୃତ୍ୟୁ ହୋଇଛି ।"