ନୂଆଦିଲ୍ଲୀ:ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତ-ଋଷ ମଧ୍ୟରେ ଭାଗିଦାରୀ ସ୍ଥିର ରହିଛି । ମହାମାରୀ, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏକବିଂଶ ଶତାଦ୍ଦୀ ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଏକବିଂଶ ଶତାଦ୍ଦୀ ଗ୍ଲୋବାଲ ଚ୍ୟାଲେଞ୍ଜ ସେମିନାରରେ (Global Challenges of 21st Century ) ଯୋଗ ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିର (BJP National President) ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।
ସେ ଆହୁରି କହିଛନ୍ତି କୋରୋନା ସମୟରେ ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ନେଇ ଅନ୍ୟ ଦେଶକୁ ଆମ ସହଯୋଗ ରହିଆସିଛି । ଭାରତ ଓ ଋଷ ମଧ୍ୟରେ ଆମର ଦୀର୍ଘ ଦିନର ବନ୍ଧୁତ୍ବ ରହିଛି । ମାତ୍ର ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହି ସମ୍ପର୍କ ସ୍ଥିର ରହିଛି ବୋଲି କହିଛନ୍ତି ନଡ୍ଡା । ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ପ୍ରତି ଆମର ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ।