ଶ୍ରୀନଗର: ନଜରବନ୍ଦୀରୁ ମୁକ୍ତ ହେବା ପରେ ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ବିଚଳିତ ହୋଇପଡିଛନ୍ତି ଏନସି ସୁପ୍ରିମୋ ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁଅ ଓମାର ଅବଦୁଲ୍ଲା । ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଯଦି ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସହ ଯିବାର ଥାନ୍ତା, ତାହେଲେ ଏହା 1947ରେ ହିଁ ହୋଇଯାଇଥାନ୍ତା । ଏପରି ହେବାକୁ କେହି ବି ରୋକିପାରି ନଥାନ୍ତେ । ତେବେ ଏହି ଦେଶ ବିଜେପିର ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ଭାରତ ବୋଲି କହିଛନ୍ତି ଫାରୁକ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, 28 ବର୍ଷ ଧରି ପ୍ରତିଜ୍ଞା କରାଯାଇ ଆସୁଛି ଯେ ଆମେ କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବୁ। 5 ବର୍ଷ ବିତିଗଲାଣି । ଏ 5 ବର୍ଷ ମଧ୍ୟ ବିତିଯିବ । କାଶ୍ମୀର ପଣ୍ଡିତମାନେ ଏପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ସେଦିନ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଫାରୁକ ।