ଓଡିଶା

odisha

ETV Bharat / bharat

Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ - ସଂସଦ ଶୀତ ଅଧିବେଶନ

ନିଶାମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର କୌଣସି ସୁଯୋଗ ଛାଡିବେ ନାହିଁ । ଲୋକସଭା (LokSabha) ରେ ଆଜି ନିୟମ 193 ଅନ୍ତର୍ଗତ ଦେଶରେ ମାଦକ ଦ୍ରବ୍ୟ ସମମ୍ୟା ଓ ସେବନ ପ୍ରସଙ୍ଗର ଚର୍ଚ୍ଚା ଜାରି ରହିଛି । ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ( Union Home Minister Amit Shah) ଜବାବ ଦେଇ ଏହା କହିଛନ୍ତି । ଅଧିକ ପଢନ୍ତୁ

ଗୃହମନ୍ତ୍ରୀ
ଗୃହମନ୍ତ୍ରୀ

By

Published : Dec 21, 2022, 5:15 PM IST

Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ନିଶା ବିରୋଧରେ କେନ୍ଦ୍ର ସରକାର ଶୂନ୍ୟସହନୀଶୀଳତା ନୀତିରେ କାମ କରୁଛନ୍ତି । ନିଶା ପାଇଁ ଲକ୍ଷ ଲକ୍ଷ ପରିବାର ଉଜୁଡି ଯାଉଛି । ନିଶା ଦେଶ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ନିଶା ମୁକ୍ତ ଭାରତ ମୋଦି ସରକାରଙ୍କ ସଂକଳ୍ପ । ଏହି ଲଢେଇରେ ବିଜୟ ହେବାକୁ ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରିବାକୁ ହେବ । ନିଶାମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର କୌଣସି ସୁଯୋଗ ଛାଡିବେ ନାହିଁ । ଲୋକସଭା (LokSabha) ରେ ଆଜି ନିୟମ 193 ଅନ୍ତର୍ଗତ ଦେଶରେ ମାଦକ ଦ୍ରବ୍ୟ ସମମ୍ୟା ଓ ସେବନ ପ୍ରସଙ୍ଗର ଚର୍ଚ୍ଚା ଜାରି ରହିଛି । ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ଜବାବ ଦେଇ ଏହା କହିଛନ୍ତି ।

ଏହାବି ପଢନ୍ତୁ- 8 ବର୍ଷରେ ଦେଶରେ ଜୀବନ ହାରିଛନ୍ତି 2 ଲକ୍ଷରୁ ଅଧିକ ଦିନ ମଜୁରିଆ

ଶାହ କହିଛନ୍ତି ନିଶା ବିରୋଧରେ ଯାଞ୍ଚ ପାଇଁ ଏନସିବି (Narcotics Control Bureau) ଓ ଏନଆଇଏ(National Investigation Agency ) ରହିଛି । ଏନସିବି ଦେଶ ଭିତରେ ଯାଞ୍ଚ କରୁଥିବା ବେଳେ ଏନଆଇଏ ଦେଶ ବାହାରେ ମଧ୍ୟ ଯାଞ୍ଚ କରିଥାଏ । ଉଭୟ ଏଜେନ୍ସି ନିଶା ବିରୋଧରେ ଯୋରଦାର ଅଭିଯାନ ଚଳାଇଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଶାହ କହିଛନ୍ତି । ଏହା ଦେଶ ପାଇଁ ଗମ୍ଭୀର ସମସ୍ୟା । ଏହା ଦେଶ ପାଇଁ କ୍ଷତିକାରକ । ଏହି ବ୍ୟବସାୟର ଲାଭାଂଶ ଆତଙ୍କବାଦୀ ପାଣ୍ଠିକୁ ଯାଇଥାଏ ବୋଲି ଶାହ କହିଛନ୍ତି ।

ଏହାବି ପଢନ୍ତୁ- Ben Barres Spotlight Award ପାଇବେ ଭାରତୀୟ ମହିଳା ବୈଜ୍ଞାନିକ

ସଂସଦରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ଶାହ କହିଛନ୍ତି ନିଶା ବିରୋଧରେ କେନ୍ଦ୍ର ସରକାର ଶୂନ୍ୟ ସହନଶୀଳତା ନୀତି ନେଇ କାମ କରୁଛନ୍ତି । ଡ୍ରଗ୍ସ ଫ୍ରି ଇଣ୍ଡିଆ ସଂକଳ୍ପ ସାକାର କରିବାକୁ ହେଲେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହେବ । କେନ୍ଦ୍ର ସରକାରଙ୍କୁ ସମସ୍ତ ରାଜ୍ୟ ସରକାର ସହଯୋଗ କରିବା ଜରୁରୀ । ଏହି ମହତ ଉଦ୍ଦେଶ୍ୟ ସାର୍ଥକ ହେବା ଜରୁରୀ । ଡ୍ରଗ୍ସ ବିରୋଧରେ ଗତ 3 ବର୍ଷ ଧରି ମିଳିଥିବା ସଫଳତାକୁ ସଂସଦରେ ଶାହ ଉଲ୍ଲେଖ କରି କହିଥିଲେ, କେନ୍ଦ୍ର ସରକାର ବର୍ତ୍ତମାନ ଡ୍ରଗ୍ସ ବିରୋଧରେ କୋପରେସନ, କୋର୍ଡିନେସନ ଓ କୋଲେବୋରେସନ ରଣନୀତିରେ କାମ କରୁଥିବା କଥା କହିଛନ୍ତି ।

ABOUT THE AUTHOR

...view details