ଓଡିଶା

odisha

By

Published : Nov 29, 2021, 11:07 AM IST

ETV Bharat / bharat

Parliament Winter Session: ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ କହିଲେ ମୋଦି

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ (Winter session of Parliament) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଂସଦରେ ପହଞ୍ଚିଛନ୍ତି । ଆମ ସରକାର ସଂସଦର ଶୀତ ଅଧିବେଶନରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ସରକାର ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ
ସରକାର ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ (Winter session of Parliament) । ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra modi) ମଧ୍ୟ ସଂସଦରେ ପହଞ୍ଚିଛନ୍ତି । ଆମ ସରକାର ସଂସଦର ଶୀତ ଅଧିବେଶନରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଏହା ସଂସଦର ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ । ଦେଶର ନାଗରିକମାନେ ଏକ ଫଳପ୍ରଦ ଅଧିବେଶନ ଚାହୁଁଛନ୍ତି । ଉଜ୍ବଳ ଭବିଷ୍ୟତ ପାଇଁ ସେମାନେ ସେମାନଙ୍କର ଦାୟିତ୍ବ ପୂରଣ କରୁଥିବା ଶୀତକାଳୀନ ଅଧିବେଶନ ପୂର୍ବରୁ କହିଛନ୍ତି ପିଏମ ମୋଦି । ବିକାଶମୂଳକ ଓ ଗଠନମୂଳକ ପ୍ରସଙ୍ଗରେ ସଂସଦରେ ବିତର୍କ କରିବା ଉଚିତ । ସଂସଦ ଓ ବାଟସ୍ପତିଙ୍କୁ ସମ୍ନାନ ଦେଇ ବିତର୍କ ହେଉ ଏହା ସହିତ ପ୍ରକ୍ରିୟାର ଶୃଙ୍ଖଳା ବଜାୟ ରଖିବା ଉଚିତ ବୋଲି କହିଛନ୍ତି ମୋଦି ।

ବର୍ତ୍ତମାନ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରମ ଦେଶରେ ଚାନ୍ତା ବଢାଇଛି । ଆମେ ସମସ୍ତେ ଏଥିପ୍ରତି ସଜାର ରହିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶୀତ ଅଧିବେଶନ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଛନ୍ତି।

ପ୍ରକାଶ ଥାଉ କି, ଚଳିତ ଶୀତ ଅଧିବେଶନ ଆଜିଠୁ (ସୋମବାର) ଆରମ୍ଭ ହୋଇ ଡିସେମ୍ବର 23ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ସରକାର କୃଷି ଆଇନ (Farm law repeal) ପ୍ରତ୍ୟାହାରକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି । ଏହା ସହିତ ମୋଟ ୨୬ଟି ବିଧେୟକ ଆଗତ କରିବାକୁ ନିଷ୍ପତ୍ତି ହୋଇଛି ।

@ANI

ABOUT THE AUTHOR

...view details