ଓଡିଶା

odisha

ETV Bharat / bharat

Uttarakhand Poll Results: କଂଗ୍ରେସ ପ୍ରଚାର ରଣନୀତିରେ ଦମ୍‌ ନଥିଲା କହିଲେ ହରିଶ - ଉତ୍ତରାଖଣ୍ଡ ନିର୍ବାଚନ ଖବର

ଲାଲକୁଆ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି କଂଗ୍ରେସର ତୁଙ୍ଗ ନେତା ହରିଶ ରାୱତ । ପରାଜୟ ପରେ ଏପରି କହିଲେ ରାୱତ । ଅଧିକ ପଢ଼ନ୍ତୁ

Uttarakhand Poll Results: କଂଗ୍ରେସ ପ୍ରଚାର ରଣନୀତିରେ ଦମ୍‌ ନଥିଲା କହିଲେ ହରିଶ
Uttarakhand Poll Results: କଂଗ୍ରେସ ପ୍ରଚାର ରଣନୀତିରେ ଦମ୍‌ ନଥିଲା କହିଲେ ହରିଶ

By

Published : Mar 10, 2022, 5:36 PM IST

ଡେରାଡୁନ: ଲାଲକୁଆ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି କଂଗ୍ରେସର ତୁଙ୍ଗ ନେତା ହରିଶ ରାୱତ । ଉତ୍ତରାଖଣ୍ଡରେ ବିଜେପିର ଲହର ଦେଖିବାକୁ ମିଳିଛି । ଏହାସତ୍ତ୍ବେ ସେଠାରେ ପୁଷ୍କର ସିଂହ ଧାମି ପରାଜିତ ହୋଇଛନ୍ତି । ତେବେ ପରାଜୟ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ହରିଶ ରାୱତ ।

ହରିଶ ରାୱତ ମିଡିଆକୁ ପ୍ରତକ୍ରିୟା ଦେଇ କହିଛନ୍ତି ଯେ, "ବିଜୟ ହାସଲ କରିବା ପାଇଁ ବୋଧ ହୁଏ ଆମେ ଶତ ପ୍ରତିଶତ ପ୍ରଚେଷ୍ଟା କରି ପାରିଲୁ ନାହିଁ । ଆମେ ନିଶ୍ଚିତ ଯେ ଲୋକ ପରିବର୍ତ୍ତନକୁ ଭୋଟ ଦେବାକୁ ଚାହୁଁଥିଲେ । କିନ୍ତୁ ଆମେ ଲୋକଙ୍କ ପାଖରେ ପହଞ୍ଚିବାରେ କେଉଁଠି ନା କେଉଁଠି ଫେଲ୍‌ ମାରିଛୁ ।"

ନିର୍ବାଚନରେ ବିଜୟ ହାସଲ କରିବା ପାଇଁ କଂଗ୍ରେସ ଠିକ ଭାବରେ ରଣନୀତି ପ୍ରସ୍ତୁତ କରିପାରିନାହିଁ । ଏହାକୁ ହରିଶ ରାୱତ ସ୍ବୀକାର କରିଛନ୍ତି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ କର୍ମୀ ପ୍ରାଣେପ୍ରଣେ ଚେଷ୍ଟା କରିଥିଲେ । ଏଥିପାଇଁ ହରିଶ ରାୱତ ସମସ୍ତ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ହରିଶଙ୍କ ମତରେ ଉତ୍ତରାଖଣ୍ଡରେ କଂଗ୍ରେସ ଲୋକଙ୍କ ବିଶ୍ବାସ ଜିତିବାରେ ଅସମର୍ଥ ହୋଇଥିଲା । ଖାଲି ସେତିକି କଂଗ୍ରେସ ଯେଉଁଭଳି ପ୍ରଚାର କରିଥିଲା ତାହା ଯଥେଷ୍ଟ ନଥିଲା ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details