ନୂଆଦିଲ୍ଲୀ:ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଉତ୍ସବକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆସନ୍ତା 22 ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ 16 ତାରିଖରୁ ରୀତିନୀତି ଆରମ୍ଭ ହୋଇଛି । ରାମ ମନ୍ଦିରର ଏହି ବିଶାଳ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଶ୍ରୀ ରାମଙ୍କ ଭକ୍ତିରେ ଲୀନ ହୋଇ ଅନେକ ଭଜନ ଏବଂ ଶ୍ଲୋକ ସେୟାର କରିଛନ୍ତି । ହରହରନ, ଜୁବିନ ନୌଟିୟାଲ, ସ୍ବାତୀ ମିଶ୍ର, ସୂର୍ଯ୍ୟଗାୟତ୍ରୀ ଭଜନ ପରେ ଏବେ ମୋଦି କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ଏକ ମନମୁଗ୍ଧକର ଶ୍ଲୋକ ସେୟାର କରିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲତା ଦିଦିଙ୍କୁ ମନେ ପକାଇଛନ୍ତି ମୋଦି । ଏହା ଲତା ଦିଦିଙ୍କର ଶେଷ ଶ୍ଲୋକ । ଆସନ୍ତା 22 ତାରିଖକୁ ଦେଶବାସୀ ଅପେକ୍ଷା କରି ରହିଛନ୍ତି । ଯେଉଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରୁ ବଞ୍ଚିତ ରହିବେ ସେମାନଙ୍କ ମଧ୍ୟରୁ ଆମ ଲତା ଦିଦି ଅନ୍ୟତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଲତା ଦିଦିଙ୍କ ଶ୍ଲୋକ ସେୟାର କଲେ ମୋଦି:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଏକ୍ସ ହ୍ୟାଣ୍ଡେଲରେ ଲତା ମଙ୍ଗେସକରଙ୍କ ଏକ ମନମୁଗ୍ଧକର ରାମ ଶ୍ଲୋକ ସେୟାର କରିଛନ୍ତି । ଏହା ସହ ମୋଦି ଲେଖିଛନ୍ତି, " 22 ଜାନୁଆରୀ ପାଇଁ ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି । ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁପସ୍ଥିତି ବାରି ହେବ ସେମାନଙ୍କ ମଧ୍ୟରୁ ଆମ ଲତା ଦିଦି ଅନ୍ୟତମ । ଏହି ଶ୍ଲୋକକୁ ସେ ଗାଇଛନ୍ତି । ଏହା ତାଙ୍କର ଶେଷ ରେକର୍ଡ ରହିଥିଲା ବୋଲି ତାଙ୍କ ପରିବାର ମୋତେ କହିଥିଲେ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶ୍ଲୋକ ସେୟାର କରିବା ପରେ ଖୁବ କମ୍ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିବା ଦେଖାଯାଇଛି ।