ନୂଆଦିଲ୍ଲୀ: 'ମନ କି ବାତ' କାର୍ଯ୍ୟକ୍ରମର 78ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ସମୟରେ ଖେଳ ଜଗତରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି ମୋଦି । ଏହି ସହିତ ଏହି ରେଡିଓ କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ ବିଷୟରେ ଆଲୋଚନା କରିଛନ୍ତି । ଗୋଟିଏ ଦିନରେ ମାଗଣା ଟୀକାକରଣର ଅଭିଯାନକୁ ପ୍ରଶଂସା କରିଛନ୍ତି ମୋଦି ।
ଟୋକିଓ ଅଲମ୍ପିକକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହି ସମୟରେ ଆମେ କିପରି କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କୁ ଭୁଲିଯିବା । କିଛି ଦିନ ତଳେ କୋରୋନାରେ ମିଲଖା ସିଂଙ୍କୁ ହରେଇଛୁ । ସେ ଡାକ୍ତରଖାନାରେ ଥିବା ସସୟରେ ମୁଁ ତାଙ୍କ ସହିତ କଥା ହୋଇଥିଲି ଶୀଘ୍ର ସୁସ୍ଥ ହୋଇ ଅଲମ୍ପିକରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳୀଙ୍କୁ ପ୍ରେରଣା ଯୋଗାଇ ଦେବେ ବୋଲି କଥା ହୋଇଥିବା ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋର ଏବେ ବି ମନେ ଅଛି 2014ରେ ମିଲଖା ସିଂ ସୁରତ ଆସିଥିଲେ । ଆମେ ଏକ ରାତ୍ରୀ ମାରାଥନ ପ୍ରସ୍ତୁତ କରିଥିଲୁ । ସେହି ସସୟରେ ଆମେ ସ୍ପୋଟ୍ସକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିଥିଲୁ ଯାହା ମୋତେ ଅଧିକ ପ୍ରେରଣା ଯୋଗାଇଥିଲା ।
କୋରୋନା ପାଇଁ ଗତ ବର୍ଷ ଟୋକିଓ ଅଲମ୍ପିକ ସ୍ଥଗିତ ରଖାଯାଇଥିଲା । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ଯାଏଁ ଟୋକିଓ ଅଲମ୍ପିକ ଖେଳାଯିବ । ଯେତେବେଳେ ପ୍ରତିଭା,ନିଷ୍ଠା,ସର୍ମପଣ ଓ ଜଣେ ଖେଳାଳୀର ଆତ୍ମା ଏକାଠୀ ହୁଏ ତେବେ ବିଜୟ ହାସଲ କରିବା ସୁନିଶ୍ଚିତ ବୋଲି କହିଛନ୍ତି ମୋଦି । ଆମ ଦେଶରେ ଅନେକ ଖେଳାଳି ଛୋଟ ଛୋଟ ଜିଲ୍ଲା, ଗାଁରୁ ଆସି ମଧ୍ୟ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି । ଏହା ସହିତ ଟୋକିଓ ଟିକେଟ ପାଇ ଥିବା ଅନେକ ଆଥଲେଟଙ୍କ ଜୀବନ ସଂଘର୍ଷ ବିଷୟରେ କହିଛନ୍ତି ମୋଦି ।