ଓଡିଶା

odisha

ETV Bharat / bharat

ଡ୍ରୋନ ଆକ୍ରମଣକୁ ମାତ ଦେବ DRDOର D-4 ଡ୍ରୋନ - ଡ୍ରୋନ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ କାଉଣ୍ଟର ଡ୍ରୋନ ଟେକ୍ନୋଲୋଜିର ନିର୍ମାଣ କରାଯାଇଛି । ଏହା ଦେଶକୁ ସୁରକ୍ଷା ଦେବ ବୋଲି କହିଛନ୍ତି DRDOର ଇସିଏସ ଜିଲେଲା ମୁଦି ମଞ୍ଜୁଲା । ଅଧିକ ପଢନ୍ତୁ...

ଡ୍ରୋନ ଆକ୍ରମଣକୁ ମାତ ଦେବ DRDOର D-4 ଡ୍ରୋନ
ଡ୍ରୋନ ଆକ୍ରମଣକୁ ମାତ ଦେବ DRDOର D-4 ଡ୍ରୋନ

By

Published : Jul 2, 2021, 1:19 PM IST

ନୂଆଦିଲ୍ଲୀ: ଜମ୍ମୁ ସୀମାରେ କିଛି ଦିନ ହେବ ଡ୍ରୋନ ଉଡୁଥିବାରେ ଦେଖିବାରୁ ମିଳିଛି । ଏହାକୁ ମାତ ଦେବାକୁ ଡିଆରଡିଓ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ କାଉଣ୍ଟର ଡ୍ରୋନ ଟେକ୍ନୋଲୋଜିର ନିର୍ମାଣ କରାଯାଇଛି । ଏହା ଦେଶକୁ ସୁରକ୍ଷା ଦେବ ବୋଲି କହିଛନ୍ତି DRDOର ଇସିଏସ ଜିଲେଲା ମୁଦି ମଞ୍ଜୁଲା ।

ରବିବାର ଜମ୍ମୁରେ ହୋଇଥିବା ଡ୍ରୋନ ଆକ୍ରମଣକୁ ମାତ ଦେଇଛି D-4 ଡ୍ରୋନ ପ୍ରଣାଳୀ । ଡ୍ରୋନ ଆକ୍ରମଣ ଦ୍ବାରା ଦୁଇ ଯବାନ ଆହତ ହୋଇଥିଲେ । D-4 ଡ୍ରୋନ ସିଷ୍ଟମ 4 କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ ଚିହ୍ନଟ କରିପାରୁଛି । ଏହି ସିଷ୍ଟମ ଅସୁରକ୍ଷିତ ସ୍ଥାନ ଗୁଡିକରେ ହେଉଥିବା ଆକ୍ରମଣକୁ ରୋକିବାରେ ସହାୟକ ହେବ । ଡ୍ରୋନ ଆକ୍ରମଣକୁ ଧ୍ବଂସ କରିବା ପାଇଁ D-4 ଡ୍ରୋନରେ ଏକାଧିକ ସେନ୍ସର ଏବଂ ଦୁଇଟି ଭିନ୍ନ ପ୍ରତିପକ୍ଷ ଆକ୍ରମଣ ରହିଛି ।

ଡା.ଜିଲେଲା ମୁଦି ମଞ୍ଜୁଲା ଆହୁରି କହିଛନ୍ତି D-4 ଡ୍ରୋନ ସିଷ୍ଟମ ମାଇକ୍ରୋ ଡ୍ରୋନ ଗୁଡିକୁ ଧ୍ବଂସ କରିବାର କ୍ଷମତା ରଖିଛି । ଏହା ଡ୍ରୋନ ଆକ୍ରମଣକୁ ଶୀଘ୍ର ଚିହ୍ନଟ କରିବାରେ କାର୍ଯ୍ୟ କରିବ । ଡ୍ରୋନ ଆକ୍ରମଣକୁ ରୋକିବାକୁ ହେଲେ ଆମେ ଆମ ଚାରିପାଖରେ ବିଭିନ୍ନ ପ୍ରଣାଳୀର ବ୍ୟବହାର କରିବାକୁ ପଡିବ ବୋଲି ରହିଛନ୍ତି ଡିଆରଡିଓ ଡିଜି । D-4 ଡ୍ରୋନ ସିଷ୍ଟମ ଚଳିତ ବର୍ଷ ସୁରକ୍ଷା ପାଇଁ ସାଧାରଣତନ୍ତ୍ର ଦିବସ ରାଜପଥରେ ପ୍ୟାରେଡ ସମୟରେ ବ୍ୟବହାର କରାଯାଇଥିଲା ।

ପ୍ରକାଶ ଥାଉ କି, ରବିବାର ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ହୋଇଥିଲା । ଫଳରେ ଘରର ଛାତ ଫାଟି ଯାଇଥିଲା । ଏହା ପରେ ଆଉ ଏକ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏହା ପରେ ଲଗାତିର କିଛି ଦିନ ଦେବ ଜାମ୍ମୁରେ ଡ୍ରୋନ ଉଡୁଥିବାର ନଜରକୁ ଆସିଛି ।

@ANI

ABOUT THE AUTHOR

...view details