ଓଡିଶା

odisha

OSDMAକୁ ପୁଣି ଜାତୀୟ ସ୍ୱୀକୃତି, ପାଇଲା ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ୨୦୨୩

By

Published : Jan 23, 2023, 8:41 PM IST

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣକୁ ମିଳିଲା ଚଳିତବର୍ଷର ଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର । ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ମଧ୍ୟ ଯୁଗ୍ମ ଭାବେ ଯୋଗ୍ୟ ବିବେଚିତ । ଅଧିକ ପଢନ୍ତୁ

OSDMA କୁ ପୁଣି ଜାତୀୟ ସ୍ୱୀକୃତି, ମିଳିବ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ୨୦୨୩
OSDMA କୁ ପୁଣି ଜାତୀୟ ସ୍ୱୀକୃତି, ମିଳିବ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ୨୦୨୩

ଭୁବନେଶ୍ବର:ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଓଡିଶାକୁ ପୁଣି ସ୍ବୀକୃତି ମିଳିଛି । ଚଳିତବର୍ଷ (୨୦୨୩) ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ଗ୍ରହଣ କରିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ପାଇଁ ଓସ୍‌ଡମା ସହ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ଯୁଗ୍ମ ଭାବେ ଏହି ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏ ନେଇ ମୁଖ୍ୟ ରିଲିଫ କମିନଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ଏହି ପୁରସ୍କାରର ଘୋଷଣା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ଏହି ପୁରସ୍କାରରେ ସମ୍ମାନିତ କରାଯାଏ । ପ୍ରତିବର୍ଷ ନେତାଜୀ ଜୟନ୍ତୀ (ଜାନୁୟାରୀ ୨୩ ତାରିଖ) ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଗ୍ରହଣ କରିଥାନ୍ତି ବିଜେତା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା । କୌଣସି ଅନୁଷ୍ଠାନ ଯଦି ଏଥିପାଇଁ ଯୋଗ୍ୟ ବିବେଚିତ ହୁଏ ତାହେଲେ ତାହାକୁ ନଗଦ ୫୧ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ରହିଛି ।

OSDMA କୁ ପୁଣି ଜାତୀୟ ସ୍ୱୀକୃତି, ପାଇଲା ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ୨୦୨୩


ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ୧୯୯୯ ମହାବାତ୍ୟା ପରେ ଗଠିତ ହୋଇଥିଲା । ଏହା ସେବେଠାରୁ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଆସିଛି । ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ତିଆରି କରିଛି । ଏହା ମଧ୍ୟ ଆଗୁଆ ବିପର୍ଯ୍ୟୟର ସୂଚନା ସେବା ବ୍ୟବସ୍ଥା ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରୁଛି । ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସ୍‌ଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି । ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଏହା ଗୋଷ୍ଠୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ସମୁଦ୍ରକୂଳଠାରୁ ୧.୫% କି.ମି. ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛି ।



ସେହିପରି ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର 2021 ଏପ୍ରିଲ ୨୪ରେ ଲାଗିଥିବା ପ୍ରଚଣ୍ଡ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଏହି ଜଙ୍ଗଲଟି ଲୁଙ୍ଗଲେଇ ଟାଉନ ଓ ୧୦ଟି ଗ୍ରାମ ପରିଷଦ ଅଞ୍ଚଳକୁ ଘେରି ରହିଛି । ନିଆଁକୁ ଆୟତ୍ତ କରିବା ଫଳରେ ଅନେକ ଧନଜୀବନ ରକ୍ଷା ହୋଇପାରିଥିଲା । ନିଆଁ ଲିଭାଇବାକୁ ଦମକଳ କର୍ମଚାରୀଙ୍କୁ ନିରନ୍ତର ୩୨ଘଣ୍ଟା କାମ କରିବାକୁ ପଡିଥିଲା । ଏଥିରେ କୌଣସି ଧନଜୀବନ ହାନି ଘଟିନଥିଲା । ଏହି ଦମକଳ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବନାଗ୍ନିକୁ ଆୟତ୍ତ କରିବାକୁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।

୨୦୨୩ ବର୍ଷର ପୁରସ୍କାର ପାଇଁ ଗତବର୍ଷ (୨୦୨୨) ଜୁଲାଇ ପହିଲାରୁ ମନୋନୟନପତ୍ର ଆହ୍ୱାନ କରାଯାଇଥିଲା । ଏଥିପାଇଁ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧମରେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଏହାପରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ପକ୍ଷରୁ ମୋଟ ୨୭୪ଟି ବୈଧ ମନୋନୟନ ସକରାରଙ୍କ ପାଖରେ ପହଞ୍ଚିଥିଲା । ଯାହା ମଧ୍ୟରୁ ଯୁଗ୍ମ ଭାବେ OSDMA ଓ ଲୁଙ୍ଗଲେଇ ଦମକଳ କେନ୍ଦ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details