ଓଡିଶା

odisha

ETV Bharat / bharat

ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - ଗୁଜିରାଟ ପୋଲିସ

ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଧୁଙ୍କ ସହ କଫି ପିଉଥିବାବେଳେ ହଠାତ ହୋଇଗଲେ ଚେତାଶୂନ୍ୟ । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ବନ୍ଧୁ ଫେରାର, ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର
ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

By

Published : Nov 23, 2021, 8:41 PM IST

ଗାନ୍ଧିନଗର: ଗୁଜୁରାଟର ସୁରଟ ଅଞ୍ଚଳରେ ଜଣେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କଫି ପିଉଥିବାବେଳେ ଛାତ୍ରୀଜଣଙ୍କ ତଳେ ପଡିଯିବା ସହ ମୁର୍ମୁଷୁ ହୋଇଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଛାତ୍ରୀଙ୍କ ସହ ଥିବା ତାଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯିବା ଘଟଣାକୁୁ ଆହୁରି ସନ୍ଦେହଜନକ କରିଛି । ଏହି ଘଟଣାରେ ଉକ୍ତ କଫି ଷ୍ଟଲର ମ୍ୟାନେଜରଙ୍କୁ ପୋଲିସ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ପରିବାର ଓଡିଶାର ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୀର୍ଘବର୍ଷ ହେବ ସପରିବାର ଗୁଜୁରାଟରେ ରହୁଥିଲେ ।

ଗୁଜୁରାଟରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସୁରଟର ଭେସୁ ଅଞ୍ଚଳରେ ଥିବା ଏକ କଫି କାଫେରେ ଛାତ୍ରୀଜଣଙ୍କ ନିଜ ବନ୍ଧୁଙ୍କ ସହ କଫି ପିଉଥିବାବେଳେ ହଠାତ ଅଚେତ ହୋଇପଡିଥିଲେ । ଏହା ଦେଖି ତାଙ୍କୁ 108 ମାଧ୍ୟମରେ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସହ ଥିବା ଛାତ୍ର ଫେରାର ଥିବା ଜଣାପଡିଛି । ଛାତ୍ରୀଙ୍କ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ସହ ଫେରାର ଛାତ୍ରକୁ ଦାୟୀ କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳର ହୋଇଥିବା ବେଳେ ଦୀର୍ଘବର୍ଷ ହେବ ସୁରଟରେ ରହିଆସୁଥିଲେ ।

ଏପରି ଅଭିଯୋଗ ପରେ କଫି କାଫେର ମ୍ୟାନେଜରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ଖାଟୋଡାରା ପୋଲିସ । ସେହିପରି କଫି ପିଉଥିବା ଓ ପରେ 108 ଆମ୍ବୁଲାନ୍ସକୁ ଫୋନ କରି ଫେରାର ହୋଇଯାଇଥିବା ଛାତ୍ରଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି । ସିସିଟିଭି ଫୁଟେଜରୁ କିଛି ତଥ୍ୟମିଳିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details