ଓଡିଶା

odisha

By

Published : Apr 30, 2022, 8:27 PM IST

ETV Bharat / bharat

Connaught Place Fake Shootout: ପୀଡିତଙ୍କୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଦିଲ୍ଲୀ କନ୍ନାଟ ପ୍ଲେସ ମିଥ୍ୟା ଏନକାଉଣ୍ଟର ପୀଡିତଙ୍କୁ 15 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । 1997ରେ ଘଟିଥିଲା ମିଥ୍ୟା ଏନକାଉଣ୍ଟର । ଦୋଷୀ ସାବ୍ୟସ୍ତ ହୋଇଥିଲେ 10 ପୋଲିସ ଅଧିକାରୀ । ଅଧିକ ପଢନ୍ତୁ

connaught place fake shootout: ପିଡୀତଙ୍କୁ 15 ଲକ୍ଷ ଟଙ୍କାର ଅନୁକମ୍ପା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
connaught place fake shootout: ପିଡୀତଙ୍କୁ 15 ଲକ୍ଷ ଟଙ୍କାର ଅନୁକମ୍ପା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: 1997 ମସିହାରେ ହୋଇଥିବା ବହୁଚର୍ଚ୍ଚିତ ଦିଲ୍ଲୀର କନ୍ନାଟ ପ୍ଲେସ ମିଥ୍ୟା ଏନକାଉଣ୍ଟର ପୀଡିତଙ୍କୁ 15 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ୍ ପ୍ରତିଭା ସିଂଙ୍କ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ଘଟଣାର ଆଜି (ଶନିବାର) ଶୁଣାଣି କରିବା ସହ ପୀଡିତ ତରୁଣପ୍ରୀତ ସିଂଙ୍କୁ ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ 8 ପ୍ରତିଶତ ସୁଧ ସହିତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

31 ମାର୍ଚ୍ଚ 1997ରେ ଘଟିଥିଲା ଘଟଣା । ଏହି ଏନକାଉଣ୍ଟରରେ ଦୁଇଜଣ ଦୁର୍ବୃତ୍ତଙ୍କୁ ଗୁଳି କରିଥିବା ଦିଲ୍ଲୀ ପୋଲିସ କହିଥିଲା । ମାତ୍ର ଏନକାଉଣ୍ଟରର କିଛି ଘଣ୍ଟା ପରେ ଏହା ଏକ ମିଥ୍ୟା ଏନକାଉଣ୍ଚର ବୋଲି ଜଣାପଡିବା ସହ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ଅପରାଧୀ ନୁହଁନ୍ତି ବରଂ ବ୍ୟବସାୟୀ ବୋଲି ସ୍ପଷ୍ଟ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତତ୍କାଳୀନ ଦିଲ୍ଲୀ ପୋଲିସ କମିଶନର ସତ୍ୟବୀର ସିଂ ରାଠିଙ୍କ ସମେତ ଏନକାଉଣ୍ଟରରେ ସମ୍ପୃକ୍ତ 10 ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଆଜି ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି କେବଳ ଆବେଦନକାରୀଙ୍କ ବର୍ତ୍ତମାନର ଅବସ୍ଥା ନୁହେଁ ବରଂ ଭବିଷ୍ୟତରେ କୌଣସି ସମସ୍ୟା ପାଇଁ ମଧ୍ୟ ସରକାର ଧ୍ୟାନ ରଖିବା ଉଚିତ । ଆବେଦନକାରୀଙ୍କ ଦୁଇଟି ସନ୍ତାନଙ୍କର ଶିକ୍ଷାର ଦାୟିତ୍ବ ମଧ୍ୟ ସରକାର ନେବା ଉଚିତ । ତେଣୁ ଏସମସ୍ତ ବିଷୟକୁ ଧ୍ୟାନରେ ରଖି ପୀଡିତଙ୍କୁ ଦିଲ୍ଲୀ ସରକାରଙ୍କୁ 8 ପ୍ରତିଶତ ସୁଧ ସହିତ 15 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details