ଓଡିଶା

odisha

By

Published : Jun 12, 2023, 7:25 PM IST

ETV Bharat / bharat

‘ଯଦି ସାହସ ଅଛି, ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର’

ବିରୋଧୀ ଏକତା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବିଜେପି ନେତା ବର୍ଷିଲେ ସୁଶୀଲ ମୋଦି । କହିଲେ ସାହସ ଥିଲେ ଘୋଷଣା କରନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ । ଅଧିକ ପଢନ୍ତୁ

‘ ଯଦି ସାହସ ଅଛି, ତେବେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର ’
‘ ଯଦି ସାହସ ଅଛି, ତେବେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର ’

‘ ଯଦି ସାହସ ଅଛି, ତେବେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର ’

ପାଟନା: 2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି, ବିଜେପି ବିରୋଧୀ ମେଳି ମଧ୍ୟ ସେତିକି ବଳ ଗୋଟାଇବାରେ ଲାଗିଛି । ଏହାରି ମଧ୍ୟରେ ପ୍ରାୟ 15ରୁ ଅଧିକ ବିଜେପି ବିରୋଧୀ ରାଜନୈତିକ ଦଳ ପାଟନାରେ 23 ତାରିଖରେ ଏକାଠି ମଧ୍ୟ ହେବାକୁ ଯାଉଛନ୍ତି । ହେଲେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କି’ଏ ବୋଲି ପ୍ରଥମରୁ ପ୍ରଶ୍ନ କରି ଆସୁଥିବା ବିଜେପି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛି । ବିହାର ବିଜେପିର ବରିଷ୍ଠ ନେତା ତଥା ନୀତିଶଙ୍କ ବିଜେପି ସମର୍ଥିତ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ସୁଶୀଲ ମୋଦି ଆଜି ବିରୋଧୀଙ୍କର ଯଦି ସାହସ ଅଛି, ତେବେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ପ୍ରକାଶ କରନ୍ତୁ ବୋଲି କହିଛନ୍ତି ।

ବିରୋଧୀଙ୍କୁ କଟାକ୍ଷ ଛଳରେ ସୁଶୀଲ କହିଛନ୍ତି, ଯେତେବେଳେ ବିବାହ ଆୟୋଜନ ଜାରି ରହିଛି ତ, ବର କିଏ ପ୍ରଥମେ ସ୍ପଷ୍ଟ ହେବା ଉଚିତ । ହେଲେ ସେମାନେ ଜାଣିପାରୁ ନାହାନ୍ତି ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି’ଏ । କାରଣ ସେମାନଙ୍କ ମଧ୍ୟରେ ନୀତିଶ କୁମାର କିମ୍ବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମରେ ସହମତି ପ୍ରକାଶ ପାଇବ ନାହିଁ । ହେଲେ ଲୋକେ ନିଶ୍ଚୟ ଜାଣିବା ପାଇଁ ଚାହିଁବେ, ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବିରୋଧୀଙ୍କ ଚେହେରା କି’ଏ । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ କି’ଏ । ଯଦି ବିରୋଧୀଙ୍କ ସାହାସ ଅଛି, ତେବେ ସେମାନେ ନିଜ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି’ଏ ସ୍ପଷ୍ଟ କରନ୍ତୁ ।

ସେହିପରି 23ରେ ହେବାକୁ ଥିବା ବିରୋଧୀଙ୍କ ବୈଠକ ନେଇ ମଧ୍ୟ ସୁଶୀଲ ମୋଦି ଟାର୍ଗେଟ କରିଛନ୍ତି । କହିଛନ୍ତି ଏହି ବୈଠକରେ କେସିଆର, ମାୟାବତୀ, କୁମାରାସ୍ବାମୀ ଓ ନବୀନ ପଟ୍ଟନାୟକ ଆସୁନାହାନ୍ତି । ଯେଉଁମାନେ ଏକାଠି ହେବାକୁ ଆସୁଛନ୍ତି, ସେମାନଙ୍କ ମଧ୍ୟରେ ମଧ୍ୟ ମତାନ୍ତର ରହିଛି । ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଟିଏମ୍‌ସି କର୍ମୀ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହେଇଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇ ଦାବି କରୁଛନ୍ତି । ସେହିପରି କେନ୍ଦ୍ର ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ମଧ୍ୟ ସହମତି ପ୍ରକାଶ ପାଇପାରୁନାହିଁ । ତେଣୁ ସେମାନେଙ୍କ ଏକାଠି ହେବା ବିଜେପି ଓ ଦେଶବାସୀଙ୍କ ଉପରେ କଣ ପ୍ରଭାବ ପକାଇବ ବୋଲି ସୁଶୀଲ ମୋଦି ପ୍ରଶ୍ନ ପଠାଇଛନ୍ତି ।

23ରେ ହେବାକୁ ଥିବା କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ବର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସିପିଆଇ ନେତା ଡି.ରାଜା, ସିପିଆଇମ ମହାସଚିବ ସିତାରାମ ୟାଚୁରୀ, ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details