ଓଡିଶା

odisha

ETV Bharat / bharat

OBCଙ୍କ ସମର୍ଥନରେ ବିରୋଧୀ, ସଂସଦରେ ଆଗତ ହେବ ବିଲ୍ - ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ

କେନ୍ଦ୍ର ସରକାର ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ (127th Constitution Amendment Bill) ଆସନ୍ତା ସପ୍ତାହରେ ଆଗତ କରିବାକୁ ଯାଉଛନ୍ତି । ବିଲକୁ ସମର୍ଥନ କରିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିଥିବା ବେଳେ, ବିରୋଧୀ ମଧ୍ୟ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

OBC Bill କୁ ସମର୍ଥନ କରିବେ ବିରୋଧୀl; ଆଜି ଆଗତ ହେବ ରାଜ୍ୟସଭାରେ
OBC Bill କୁ ସମର୍ଥନ କରିବେ ବିରୋଧୀl; ଆଜି ଆଗତ ହେବ ରାଜ୍ୟସଭାରେ

By

Published : Aug 9, 2021, 2:59 PM IST

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ (127th Constitution Amendment Bill) ଆଗତ କରିବାକୁ ଯାଉଛନ୍ତି । ବିଲକୁ ସମର୍ଥନ କରିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିଥିବା ବେଳେ, ବିରୋଧୀ ମଧ୍ୟ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ବିଲ ଆଗତ ପରେ ସ୍ପଷ୍ଟ ହେବ ବିରୋଧୀ ବିରୋଧ କରୁଛନ୍ତି ନା ସମର୍ଥନ ।

କଣ ଏହି ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ?

କେନ୍ଦ୍ର ସରକାର ଆଜି ଲୋକସଭାରେ ୨୭ ତମ ସମ୍ବିଧାନ ସଂଶୋଧନ ବିଲ ଆଗତ କରିବାକୁ ଯାଉଛନ୍ତି । ଏହି ବିଲ ଆଗତ ହୋଇ ଗୃହିତ ହେଲେ ସମସ୍ତ ରାଜ୍ୟ ମାନଙ୍କୁ ନିଜସ୍ବ ପଛୁଆବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାକୁ ଅଧିକାର ମିଳିବ । କିଛି ଦିନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ବିଲକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି ବିରୋଧୀ ଦଳ ବିଲକୁ ସମର୍ଥନ କରିବ ।

ବିଲ ଉପରେ ସୁପ୍ରିମକୋର୍ଟ ଲଗାଇଥିଲେ ରୋକ...

ଏହି ବିଲକୁ ନେଇ ଅନେକ ଦ୍ବନ୍ଦ ବିବାଦ ଉପୁଜିଥିଲା । କିନ୍ତୁ କେନ୍ଦ୍ର ସରାକର ନିଜର କ୍ଷମତା ବ୍ୟବହାର କରି ଆଧ୍ୟାଦେଶ ଆଣି ବିଲକୁ କ୍ୟାବିନେଟର ମଞ୍ଜୁରୀ କରାଇଥିଲେ । କାରଣ ସୁପ୍ରିମକୋର୍ଟ ଏହି ବିଲକୁ ମେ’ ୫ ରେ ରୋକ ଲଗାଇଥିଲେ । ଏପରିକି ଗତ ମାସରେ ସରକାରଙ୍କ ସମୀକ୍ଷା ଯାଚିକାକୁ ମଧ୍ୟ ଖାରଜ କରିଥିଲେ । ତେବେ ଯଦି ବିଲ ଗୃହିତ ହୋଇ ଆଇନରେ ପରିଣତ ହୁଏ ଏହା ଦେଶର ପଛୁଆବର୍ଗଙ୍କ ପାଇଁ ବଡ ସଫଳତା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details