ଓଡିଶା

odisha

ETV Bharat / bharat

EVM ବ୍ୟବହାରକୁ ନେଇ ପାଓ୍ବାରଙ୍କ ବାସଭବନରେ ବିରୋଧୀଙ୍କ ମାନସମନ୍ଥନ, ନିର୍ବାଚନ ଆୟୁକ୍ତଙ୍କୁ ଭେଟିବେ - EVM ବ୍ୟବହାର ନେଇ ଚିନ୍ତା ପ୍ରକଟ

EVM ବ୍ୟବହାରକୁ ନେଇ ବିରୋଧୀଙ୍କ ଉଦବେଗ । ଶରଦ ପାଓ୍ବରଙ୍କ ବାସଭବନରେ କଲେ ଆଲୋଚନା । ନିର୍ବାଚନ ଆୟୁକ୍ତଙ୍କୁ ଭେଟିବା ନେଇ ନିଷ୍ପତ୍ତି । ଅଧିକ ପଢନ୍ତୁ

EVM ବ୍ୟବହାରକୁ ନେଇ ବିରୋଧୀଙ୍କ ଉଦବେଗ, ନିର୍ବାଚନ ଆୟୁକ୍ତଙ୍କୁ ଭେଟିବେ
EVM ବ୍ୟବହାରକୁ ନେଇ ବିରୋଧୀଙ୍କ ଉଦବେଗ, ନିର୍ବାଚନ ଆୟୁକ୍ତଙ୍କୁ ଭେଟିବେ

By

Published : Mar 23, 2023, 10:13 PM IST

ନୂଆଦିଲ୍ଲୀ:EVM ବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ । ଆଜି ଏନେଇ ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କ ବାସଭବନରେ ଏକାଧିକ ବିରୋଧୀ ଦଳର ନେତା ଏକାଠି ହୋଇ ବୈଠକ କରିଛନ୍ତି । ରିମୋର୍ଟ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନର ନିରପେକ୍ଷତା ଓ କାର୍ଯ୍ୟକାରିତା ନେଇ ସେମାନେ ପ୍ରଶ୍ନ ଉଠାଇବା ସହ ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭେଟିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଗତକାଲି (ବୁଧବାର) ଚିଠି ଲେଖି ଏନସିପି ମୁଖ୍ୟ ଶରଦ ପାଓ୍ବର ସମସ୍ତ ବିରୋଧୀ ଦଳର ନେତାଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ । ଆଜି ସଂଧ୍ୟାରେ ଏହି ବୈଠକ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଶରଦ ପାଓ୍ବର ଅଧ୍ୟକ୍ଷତା କରିଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଦିଗବିଜୟ ସିଂ, ରାଜ୍ୟସଭା ସାଂସଦ କପିଲ ଶିବଲ, ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଲ ଯାଦବ, ସପା ନେତା ପ୍ରଫୁଲ୍ଲ ପଟେଲ, ସିପିଆଇ ଲିଡର ଡି.ରାଜା, ବିଆରଏସ ନେତା କେଶବ ରାଓ, ସିପିଆଇଏମ ନେତା ଏଲାମରମ କରିମ୍‌ ପ୍ରମୁଖ ସାମିଲ ହୋଇ ଆଲୋଚନା କରିଥିଲେ ।


ବୈଠକ ପରେ ମିଳିତ ବିରୋଧୀ ଏକ ପ୍ରେସମିଟକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଏଥିରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଇଭିଏମର ବ୍ୟବହାର ନେଇ ସାରା ଦେଶରେ ଏକ ସନ୍ଦେହ ସୃଷ୍ଟି ହୋଇଛି । ରିମୋର୍ଟ ଇଭଏମର ବ୍ୟବହାର ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ଏକାଧିକ ବିରୋଧ ଦଳ ସେମାନଙ୍କର ଅସହମତି ପ୍ରକାଶ କରିଥିଲେ । ତେବେ ଆଜି ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହେଲା । ବିରୋଧୀ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୁକ୍ତଙ୍କୁ ଭେଟିବା ନେଇ ଦିଗବିଜୟ ସିଂ କହିଛନ୍ତି ।

ଗତକାଲି(ବୁଧବାର) ଏନସିପି ସୁପ୍ରିମୋ ଶରଦ ପାଓ୍ବାର ସମସ୍ତ ବିରୋଧୀ ଦଳର ଫ୍ଲୋର ଲିଡରମାନଙ୍କୁ ଚିଠି ଲେଖି ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଥିବା ରୁରାଲ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ବ୍ୟବହାର ଓ ଏହାର ସ୍ବଚ୍ଛତା ଉପରେ ବିରୋଧୀ ପ୍ରଶ୍ନ ଉଠାଇ ଆସୁଛନ୍ତି । ଏ ସମ୍ପର୍କରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଆଲୋଚନା କରନ୍ତୁ ବୋଲି ପାଓ୍ବର ଲେଖିଥିବା ଚିଠିରେ ପ୍ରସ୍ତାବ ଦେଇଥିଲେ । ଆଜି ପାଓ୍ବରଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହୋଇଛି । ଏଥିରେ ଏକାଧିକ ବିରୋଧୀ ଦଳର ନେତା ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details