ଓଡିଶା

odisha

ETV Bharat / bharat

Parliament Winter Session: ନିଲମ୍ବନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ, ରାଜ୍ୟସଭା ମୁଲତବୀ - ନିଲମ୍ବନ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ହଟ୍ଟଗୋଳ

ଆଜି ପାଇଁ ପୁଣି ମୁଲତବୀ ରହିଲା ରାଜ୍ୟସଭା । ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରି ବିରୋଧୀ ହଙ୍ଗାମା । ଅଧିକ ପଢନ୍ତୁ

ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ହଟ୍ଟଗୋଳ, ପୁଣି ମୁଲତବି ରହିଲା ରାଜ୍ୟସଭା
ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ହଟ୍ଟଗୋଳ, ପୁଣି ମୁଲତବି ରହିଲା ରାଜ୍ୟସଭା

By

Published : Dec 1, 2021, 7:16 PM IST

ନୂଆଦିଲ୍ଲୀ: ଆଜି ପାଇଁ ପୁଣି ମୁଲତବୀ ରହିଲା ରାଜ୍ୟସଭା । ସାଂସଦଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ (Opposition MPs protest against suspension) ଯୋଗୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ହଟ୍ଟଗୋଳ, ପୁଣି ମୁଲତବି ରହିଲା ରାଜ୍ୟସଭା

ଆଜି (ବୁଧବାର) ନିଲମ୍ବିତ ସାଂସଦମାନେ ସଂସଦ ଭବନ ପରିସରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିବା ସହ ହାତରେ ପ୍ଲାକକାର୍ଡ ଧରି ପ୍ରତିବାଦ କରିଥିଲେ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସାଂସଦମାନେ ଦାବି କରିଆସୁଥିବାବେଳେ ଉପରାଷ୍ଟ୍ରପତି ଏହି ଆଦେଶକୁ ପ୍ରତ୍ୟାହାର କରିବା ସପକ୍ଷରେ ନଥିବା ଦେଖିବାକୁ ମିଳିଛି ।

ବିରୋଧୀଦଳର ସଦସ୍ୟମାନେ 12 ସାଂସଦଙ୍କ ନିଲମ୍ବନକୁ ନେଇ ଗୃହରେ ବିରୋଧ ପ୍ରଦର୍ଶନ ଜାରି ରଖିଥିବାରୁ ଆଲୋଚନାରେ ବାଧା ସୃଷ୍ଟି ହୋଇଥିଲା । ରାଜ୍ୟସଭା ଆରମ୍ଭ ହେବା ପରେ ଦୁଇଥର ସ୍ଥଗିତ ରଖାଯାଇଥିଲା । ସଦସ୍ୟମାନଙ୍କ ନିଲମ୍ବନ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ କହିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ବିରୋଧୀ । ତେବେ ମଲ୍ଲିକାର୍ଜୁଲଙ୍କୁ ସୁଯୋଗ ଦେବା ପରିବର୍ତ୍ତେ ଜଳଶକ୍ତି ମନ୍ତ୍ରୀ ଡ୍ୟାମ ସୁରକ୍ଷା ବିଲକୁ ଗୃହରେ ଆଗତ କରିଥିଲେ ଯାହାକୁ ନେଇ ବିରୋଧୀ ସାଂସଦମାନେ ନାରାବାଜୀ ସହ ହଟ୍ଟଗୋଳ କରିଥିଲେ । ପରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details