ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବିରୋଧୀଙ୍କ ବୈଠକ ଦିଲ୍ଲୀରେ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ ଆରମ୍ଭ ହୋଇଥିବା ଏହି ବୈଠକରେ ବହୁ ବରିଷ୍ଠ ନେତାଙ୍କ ସମେତ 17 ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।
ଅଂଶଗ୍ରହଣ କରିଥିବା ଦଳଙ୍କ ମଧ୍ୟରେ ଟିଏମସି, କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି ଏବଂ ଜେଏମଏମ ଅଂଶଗ୍ରହଣ କରିଛନ୍ତି । ଏହି ସବୁ ଦଳର ବରିଷ୍ଠ ନେତା ତଥା ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରି ଆଲୋଚନା ଜାରି ରଖିଛନ୍ତି । ତେବେ ଏହି ବୈଠକରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ,ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଅଂଶଗ୍ରହଣ କରିନାହାନ୍ତି ।