ETV Bharat Odisha

ଓଡିଶା

odisha

ETV Bharat / bharat

Opposition gathbandhan: PDA ରହିବ ବିରୋଧୀ ମେଣ୍ଟର ନାମ ! - 2024 ସାଧାରଣ ନିର୍ବାଚନ

2024 ସାଧାରଣ ନିର୍ବାଚନରେ NDA କୁ ଟକ୍କର ଦେବକି PDA । ବିରୋଧୀ ମିଳିତ ମେଣ୍ଟର ନାମ ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ (PDA) ରହିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

Opposition gathbandhan for 2024: ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ ରହିବ ବରୋଧୀ ମେଣ୍ଟର ନାମ !
Opposition gathbandhan for 2024: ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ ରହିବ ବରୋଧୀ ମେଣ୍ଟର ନାମ !
author img

By

Published : Jun 25, 2023, 11:05 PM IST

ହାଇଦ୍ରାବାଦ: ବିଜେପି ବିରୋଧରେ ମିଶନ ଜାରି ରଖିଥିବା ବିରୋଧୀ ଦଳଙ୍କର ପ୍ରଥମ ଔପଚାରିକ ବୈଠକ ଗତ ଶୁକ୍ରବାର ପାଟନାରେ ଶେଷ ହୋଇଛି । ଏହାରି ମଧ୍ୟରେ ଦଳ ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଶିମଲାରେ ପରବର୍ତ୍ତୀ ବୈଠକ ମଧ୍ୟ ସ୍ଥିର କରିଛି । ପ୍ରଥମ ଔପଚାରିକ ସମ୍ମିଳନୀରେ ଆଶା କରାଯାଉଥିବା ପରି କିଛି ଠୋସ ନିଷ୍ପତ୍ତି ଗ୍ରହଣ କରାଯାଇନଥିବା ବେଳେ ମେଣ୍ଟର ନାମକରଣକୁ ନେଇ ଏକ ସଙ୍କେତ ମିଳିବାରେ ଲାଗିଛି । ଯଦି ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ ଓ ସେମାନେ ଗୋଟିଏ ମଞ୍ଚରେ ବିଜେପି ବିରୋଧରେ 2024 ରେ ନିର୍ବାଚନୀ ମୈଦାନକୁ ଓହ୍ଲାନ୍ତି, ତେବେ 2024 ରେ NDA ସହ PDAର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ଏହାର କାରଣ ହେଉଛି ବିରୋଧୀଙ୍କର ଏହି ମହାମେଣ୍ଟର ନାମ PDA ଅର୍ଥାତ ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ ଭାବେ ନାମିତ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ଶୁକ୍ରବାର 17ଟି ବିରୋଧୀ ଦଳର ନେତା ପାଟନାରେ ଏକାଠି ହୋଇ ଆଲୋଚନା କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆୟୋଜିତ ଏହି ବୈଠକ ପରେ ଏହି ମେଣ୍ଟର ନାମକରଣ ସମ୍ପର୍କରେ ପ୍ରଥମେ ଉଲ୍ଲେଖ କରିଥିଲେ ସିପିଆଇ ମହାସଚିବ ଡି.ରାଜା । ବୈଠକ ପରେ ସେ ଜାରି କରିଥିବା ପ୍ରେସ ରିଲିଜରେ ସେ ହିଁ ପ୍ରଥମେ PDA ଭାବେ ଏହି ମହାମେଣ୍ଟକୁ ଉଲ୍ଲେଖ କରିଥିଲେ । ହେଲେ ଔପଚାରିକ ଭାବେ ଏହାର ନାମକରଣ ନେଇ ମେଣ୍ଟ କିଛି ଘୋଷଣା କରିନାହିଁ । ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଶିମଲା ବୈଠକରେ ଏହି ମେଣ୍ଟର ନାମ ସାର୍ବଜନୀନ କରାଯାଇପାରେ । ପୂର୍ବରୁ ମିଳୁଥିବା ଆଭାସ ଅନୁସାରେ, ଏହି ମେଣ୍ଟର ନାମ ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ (PDA) ରହିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

ଶୁକ୍ରବାର ପାଟନାରେ ହୋଇଥିବା ବିରୋଧୀ ମହାମେଳିରେ 17 ଟି ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଶିବସେନା (ଉଦ୍ଧବ ବାଲାସାହେବ ଠାକୁର) ମୁଖ୍ୟ ଉଦ୍ଧବ ଠାକରେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସିପିଆଇ ନେତା ଡି ରାଜା, ସିପିଆଇ-ଏମ ମହାସଚିବ ସୀତାରାମ ୟେଚୁରୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଉପସ୍ଥିତ ଥିଲେ ।

ହେଲେ ପୂର୍ବରୁ ଯେପରି ଅନୁମାନ କରାଯାଉଥିଲା ସେପରି କିଛି ଦେଖିବାକୁ ମିଳିନଥିଲା । ବିରୋଧୀ ଏକାଠି ହୋଇଥିଲେ ସୁଦ୍ଧା ସେମାନେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିନପାରି କେବଳ ପରବର୍ତ୍ତୀ ସମ୍ମିଳନୀ ତାରିଖ ଘୋଷଣା କରିଥିଲେ । ଯାହାକୁ ନେଇ ଶାସକ ବିଜେପି ଉପହାସ କରିବା ସହ କଟାକ୍ଷ ମଧ୍ୟ କରିଥିଲା । ପରସ୍ପର ମଧ୍ୟରେ ଅନ୍ତଃଦ୍ବନ୍ଦ୍ବରେ ଲିପ୍ତ ଥିବା ବିରୋଧୀ କିପରି ମେଣ୍ଟ ଗଠନ କରିବେ ତାକୁ ନେଇ ଏକାଧିକ ବିଜେପି ନେତା ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details