ଓଡିଶା

odisha

By

Published : Jul 25, 2023, 1:56 PM IST

ETV Bharat / bharat

BJP Parliamentary Party Meeting: ବିରୋଧୀ ମେଣ୍ଟ 'ଇଣ୍ଡିଆ' ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଦିଗହରା ବିରୋଧୀ

ଆଜି ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ବସିଛି । ବୈଠକରେ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

BJP Parliamentary party meeting
ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଜୁଲାଇ 20ରୁ ଆରମ୍ଭ ହୋଇଥିବା ସଂସଦ ମୌସୁମୀ ଅଧିବେଶରେ ମଣିପୁର ହିଂସାକୁ ନେଇ ଝଡ଼ ଲାଗି ରହିଛି । ଅଧିବେଶନକୁ 5 ଦିନ ହୋଇଥିଲେ ସୁଦ୍ଧା ଗୋଟିଏ ବି ଦିନ ଗୃହ ସ୍ବାଭାବିକ ଚାଲି ପାରୁନାହିଁ । ଏହାରି ଭିତରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବୈଠକ ବସିଛି । ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଦିଗହରା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Parliament Monsoon Session: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଏକାଠୀ INDIA

ବିଜେପି ସଂସଦୀୟ ଦଳ ବୈଠକରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଇଣ୍ଡିଆ ନାମ କରିଦେଲେ କିଛି ହେବ ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଇଣ୍ଡିଆ ଲଗାଇଥିଲା ଏବଂ ଇଣ୍ଡିଆନ ମୁଜାହିଦ୍ଦିନଙ୍କ ନାମ ମଧ୍ୟ ଇଣ୍ଡିଆ । ବିପକ୍ଷ ଦିଗହାର ହୋଇଛନ୍ତି । ବିପକ୍ଷଙ୍କ ବ୍ୟବହାରରୁ ଏପରି ଲାଗୁଛି ସେମାନେ ଲମ୍ବା ସମୟ ଯାଏଁ ବିରୋଧୀରେ ରହିବାକୁ ସ୍ଥିର କରିଛନ୍ତି । କ୍ଷମତାକୁ ଆସିବାକୁ ସେମାଙ୍କର ଇଚ୍ଛା ନାହିଁ ।"

ଏହା ବି ପଢନ୍ତୁ...Parliament Monsoon Session: ଥମୁନି ମଣିପୁର ତାତି, ଦିନ ୨ଟା ଯାଏଁ ଲୋକସଭା ମୁଲତବୀ

ମୌସୁମୀ ଅଧିବେଶନରେ ଏହା ପ୍ରଥମ ସଂସଦୀୟ ବୈଠକ ଥିଲା । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ଉପସ୍ଥିତ ଥିଲେ । ବୈଠକରେ ଚଳିତ ବର୍ଷ ଅଗଷ୍ଟ 15ରେ ହରଘର ତ୍ରିରଙ୍ଗା କାର୍ଯ୍ୟାକ୍ରମ ଅନୁଷ୍ଠିତ ହେବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ 2047 ଯାଏଁ ଯେଉଁ ସ୍ବପ୍ନ ହାସଲ କରାଯାଇଛି ତାହା ଉପରେ ଫୋକସ କରିବାକୁ କହିଛନ୍ତି ।

ବିଜେପି ସଂସଦୀୟ ଦଳ ବୈଠକ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି,"ବିରୋଧୀଙ୍କ ବ୍ୟବହାର ଏହା ଦର୍ଶାଉଛି ଯେ, ସେ ଆଗାମୀ ଅନେକ ବର୍ଷ ଯାଏଁ ସ୍ଥାୟୀ ଭାବରେ ବିରୋଧୀରେ ରହିବାକୁ ସ୍ଥିର କରିଥିବା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତବାସୀ ଆମ ଉପରେ ଭରସା କରୁଛନ୍ତି ଏହା ଆମ ପାଇଁ ଏହି ଗର୍ବର ବିଷୟ । ଆମ ସରକାରରେ ଆମେ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ହେବୁ ।"

ସଂସଦରେ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଥିବା ବେଳେ ସେପଟେ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି ବିରୋଧୀ । କଣ ବିପକ୍ଷଙ୍କ ଦାବି ରହିବ ? ମଣିପୁର ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ପ୍ରମୁଖ ବିଜେପି ନେତା ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details