ଓଡିଶା

odisha

ETV Bharat / bharat

All Party Meeting; ସର୍ବଦଳୀୟ ବୈଠକରେ ମୃତ ଚାଷୀ କୋରୋନା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି - ସଂସଦ ଶୀତକାଳୀନ ଅଧିବେଶନ ଅପଡେଟ

ଆସନ୍ତାକାଲି(ସୋମବାର) ଠାରୁ ଆରମ୍ଭ ହେବ ସଂସଦର (Winter session of Parliament)। ଆଜି ସଂସଦୀୟ ବ୍ଯାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତା ବସିଥିଲା ସର୍ବଦଳୀୟ ବୈଠକ । କୃଷି ଆଇନ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା କୃଷକ ଓ କୋରୋନା ପ୍ରଭାବିତଙ୍କୁ ସହାୟତା ଦାବି କଲେ ବିରୋଧୀ । ଅଧିକ ପଢନ୍ତୁ

winter session from tomorrow: ସର୍ବଦଳୀୟ ବୈଠକରେ ମୃତ ଚାଷୀ ଓ କୋରୋନା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି କଲେ ବିରୋଧୀ
winter session from tomorrow: ସର୍ବଦଳୀୟ ବୈଠକରେ ମୃତ ଚାଷୀ ଓ କୋରୋନା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି କଲେ ବିରୋଧୀ

By

Published : Nov 28, 2021, 4:30 PM IST

ନୂଆଦିଲ୍ଲୀ:ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକରେ (All Party Meeting Before Session)ସରକାରଙ୍କ ନିକଟରେ ଏକାଧିକ ଦାବି କରିଛନ୍ତି ବିରୋଧୀ । COVID-19 ପ୍ରଭାବିତଙ୍କ ପରିବାରକୁ ଏବଂ କୃଷି ଆଇନକୁ ବିରୋଧ ପ୍ରଦର୍ଶନବେଳେ ଘଟିଥିବା ହିଂସାରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ବିରୋଧୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ (Union Minister of Parliamentary Affairs Pralhad Joshi)ଙ୍କ ଦ୍ବାରା ଏହି ସର୍ବଦଳୀୟ ବୈଠକ ଡକାଯାଇଥିଲା ।

ଆଜି ସର୍ବଦଳୀୟ ବୈଠକରେ ମୁଦ୍ରାସ୍ଫୀତି, ଇନ୍ଧନ ମୂଲ୍ୟ ବୃଦ୍ଧି, କୃଷକ ସମସ୍ୟା ଏବଂ କୋଭିଡ ସ୍ଥିତି ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେହିପରି MSPକୁ ନେଇ କୃଷକମାନେ ଗ୍ୟାରେଣ୍ଟି ଦାବି ଜାରି ରଖିଥିବାବେଳେ ସରକାର ଏନେଇ ଆଇନ ଆଣି ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । ସଂସଦ ଆନେକ୍ସ ବିଲଡିଂରେ ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ COVID-19 ପୀଡିତଙ୍କ ପରିବାରକୁ ପ୍ରତ୍ୟେକଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଖଡଗେ ।

ଆହୁରି ମଧ୍ୟ ଖଡଗେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗଦେବେ ବୋଲି ଆଶା କରାଯାଇଥିଲା । ତେବେ କୌଣସି କାରଣରୁ ସେ ଏଥିରେ ଯୋଗ ଦେଇନାହାଁନ୍ତି । ସରକାର କୃଷି ଆଇନ ପ୍ରତ୍ୟାହାର କରିଛନ୍ତି କିନ୍ତୁ ପୁନର୍ବାର ମଧ୍ୟ ସରକାର ଏହି ଆଇନକୁ ଭିନ୍ନ ରୂପରେ ଆଣିପାରନ୍ତି । ତେଣୁ ଚାଷୀଙ୍କ ନିକଟରେ ସରକାର ଓ ପ୍ରଧାନମନ୍ତ୍ରୀ ନିଜେ ଏହି ଆଇନର ଭବିଷ୍ୟତ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଖଡଗେ କହିଛନ୍ତି । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କରିଛନ୍ତି YSRCP ନେତା ବିଜୟ ସାଇ ରେଡ୍ଡୀ ।

ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ତଥା ପ୍ରତିନିଧି ଉପସ୍ଥିତ ଥିଲେ । ଚଳିତ ଅଧିବେଶନରେ 26ଟି ନୂତନ ବିଲ ଆଗତ ହେବାକୁ ଥିବା ୩ କୃଷି ଆଇନକୁ ରଦ୍ଦ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ବିଲ ଅଣାଯିବା ନେଇ ସରକାର ସଙ୍କେତ ଦେଇ ସାରିଛନ୍ତି ।

ସେହିପରି ଅନ୍ୟ ପ୍ରମୁଖ ବିଲ ଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍-2021 ରେଗୁଲେସନ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ଶୀତ ଅଧିବେଶନ ଆସନ୍ତାକାଲି (ସୋମବାର)ରୁ ଆରମ୍ଭ ହେବ ଏବଂ ଡିସେମ୍ବର 23ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।

@ANI

ABOUT THE AUTHOR

...view details