ନୂଆଦିଲ୍ଲୀ:ଜୋରଦାର ଚାଲିଛି ଅପରେସନ ଗଙ୍ଗା । ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ(another evacuation flight reaches delhi) । ଆଜି(ରବିବାର) ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଉ ୧୫୪ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି । ବିମାନଟି ଗତକାଲି(ଶନିବାର) ସ୍ଲୋଭାକିଆରୁ ଭାରତ ଅଭିମୁଖେ ଉଡାଣ ଭରିଥିଲା । ରବିବାର ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି । କେନ୍ଦ୍ର ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱାନାଥ ଖୁବା ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୟୁକ୍ରେନ ଫେରନ୍ତାଙ୍କୁ ସ୍ବାଗତ କରିଛନ୍ତି ।
Operation Ganga: ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ, ଫେରିଲେ ୧୫୪ ଭାରତୀୟ
ଜୋରଦାର ଚାଲିଛି ଅପରେସନ ଗଙ୍ଗା । ୧୫୪ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ । ଅଧିକ ପଢନ୍ତୁ
ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରେସନ ଗଙ୍ଗା ଜରିଆରେ ଏଯାବତ୍ ୧୩ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଛନ୍ତି । ଆଜି ଆଉ ୧୧ ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଭାରତକୁ 15ଟି ବିମାନରେ ପ୍ରାୟ 3,000 ଭାରତୀୟ ଛାତ୍ରଛାତ୍ରୀ ଫେରିଥିଲେ । ଏବେ ବି ୟୁକ୍ରେନର ଅନେକ ସ୍ଥାନରେ ବହୁସଂଖ୍ୟକ ଭାରତୀୟ ଫସି ରହିଛନ୍ତି । ବିଶେଷକରି ସୁମିରେ ୮୦୦ ଭାରତୀୟ ଫସି ରହିଥିବାର ସୂଚନା ରହିଛି । ତେଣୁ ସେଠାରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା ପାଇଁ ଋଷିଆ ଓ ୟୁକ୍ରେନ ନିକଟରେ ଦାବି କରିଛନ୍ତି ଭାରତ ସରକାର ।
@ANI