ଓଡିଶା

odisha

ETV Bharat / bharat

Operation Ajay: ଇସ୍ରାଏଲରୁ ଫେରିଲେ ଆଉ 235 ଭାରତୀୟ - ଅପରେସନ ଅଜୟ

ଅପରେସନ ଅଜୟ ମାଧ୍ୟମରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ । 235 ଜଣ ଭାରତୀୟ ନାଗରିକଙ୍କୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ । ଅଧିକ ପଢନ୍ତୁ

operation ajay
operation ajay

By ETV Bharat Odisha Team

Published : Oct 14, 2023, 8:40 AM IST

Updated : Oct 14, 2023, 9:09 AM IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ସଂଘର୍ଷ । ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଅଜୟ ଆରମ୍ଭ ହୋଇଛି । ଦ୍ବିତୀୟ ବ୍ୟାଚରେ ଆଜି ସକାଳୁ 235 ଜଣ ଭାରତୀୟ ନାଗରିକଙ୍କୁ ନେଇ ସ୍ବତନ୍ତ୍ର ଚାର୍ଟାର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିବା ସହ କଥାବାର୍ତ୍ତା ହୋଇଛନ୍ତି । ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲରୁ ଫେରିଥିବା ଭାରତୀୟ।

ଏହା ମଧ୍ୟ ପଢନ୍ତୁ-Operation Ajay: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

ଇସ୍ରାଏଲରୁ ସ୍ବଦେଶ ଫେରିଥିବା ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ, ଅପରେସନ ଅଜୟ ଯୋଗୁଁ ଆମେ ଆଜି ନିଜ ଦେଶକୁ ଫେରିପାରିଛୁ । କେନ୍ଦ୍ର ସରକାରଙ୍କ ଏହା ଏକ ଭଲ ପଦକ୍ଷେପ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଇସ୍ରାଏଲରେ ଆମର ଦୂତାବାସକୁ ଧନ୍ୟବାଦ ଜଣାଉଛି । ଅନେକ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି ସେମାନେ ଭାରତ ଫେରିପାରିବେ ନା ନାହିଁ ।

ଶୁକ୍ରବାର ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ 212 ଜଣ ଭାରତୀୟ ନାଗରିକଙ୍କୁ ନେଇ ସ୍ବତନ୍ତ୍ର ଚାର୍ଟାର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ନାଗରିକମାନେ ଭାରତ ସରାକରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅପରେସନ ଅଜୟକୁ ପ୍ରଶଂସା କରଥିଲେ । ତେବେ ଭାରତୀୟଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-Operation Ajay: ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଅଜୟ’, ଜୟଶଙ୍କର ଡାକିଲେ ସମୀକ୍ଷା ବୈଠକ

ପାଲେଷ୍ଟାଇନ ଓ ଇସ୍ରାଏଲର ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଲଢେଇରେ ଦୁଇ ଦେଶର ନାଗରିକଙ୍କ ସମେତ ଆମେରିକା ଓ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଆଶ୍ବସ୍ତିକର ବିଷୟ ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ଫସି ରହିଥିବା 18 ହଜାରରୁ ଊର୍ଦ୍ଧ୍ବ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ । ଇସ୍ରାଏଲରେ ଥିବା ଭାରତୀୟ ପର୍ଯ୍ୟାୟ କ୍ରମେ ଏହି ଅପରେସନ ମାଧ୍ୟମରେ ଭାରତ ଫେରିବେ ।

Last Updated : Oct 14, 2023, 9:09 AM IST

ABOUT THE AUTHOR

...view details