ଓଡିଶା

odisha

By

Published : Jun 9, 2023, 10:31 AM IST

Updated : Jun 9, 2023, 10:52 AM IST

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନଏଆଇ ସିଇଓ, ଭାରତରେ AI ସୁଯୋଗ ଉପରେ କଲେ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନଏଆଇ ସିଇଓ ସାମ ଅଲ୍ଟମାନ । ଅଧିକ ପଢନ୍ତୁ

OpenAI CEO Sam Altman Meets PM Modi
OpenAI CEO Sam Altman Meets PM Modi

ନୂଆଦିଲ୍ଲୀ:ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ପ୍ଲାଟଫର୍ମ ଓପନଏଆଇ ସିଇଓ ସାମ ଅଲ୍ଟମାନ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାର ଦିନ ଭାରତରେ ପହଞ୍ଚିଥିବା ବେଳେ ଗତକାଲି(ଗୁରୁବାର) ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନାକୁ ସେ ସକରାତ୍ମକ ଦର୍ଶାଇଛନ୍ତି । ସେ କହିଛନ୍ତି ମୋଦିଙ୍କ ସହ ବୈଠକ ବହୁତ ଭଲ ରହିଥିଲା ଏବଂ ମୋଦି ଏଆଇକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ।

ଏହି ବୈଠକ ଏପରି ଏକ ରୋଚକ ସମୟରେ ହୋଇଛି ଯେତେବେଳେ ଭାରତ ସରକାର ଡିଜିଟାଲ ଇଣ୍ଡିଆ ବିଲରେ AIକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହି ବିଲ୍ ଆଇଟି ଆକ୍ଟ ଦ୍ୱାରା ବଦଳାଇ ଦିଆଯିବ ବୋଲି ସୂଚନା ମିଳିଛି । ଡିଜିଟାଲ୍ ଇଣ୍ଡିଆ ସଂଳାପରେ ପ୍ରଶ୍ନର ଉତ୍ତର ଦେଇ ଅଲ୍ଟମାନ କହିଛନ୍ତି, "ବୈଠକ ବହୁତ ଭଲ ଥିଲା । ଏହା ପ୍ରକୃତରେ ମଜାଦାର ଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ବହୁତ ଉତ୍ସାହିତ ରହିଥିଲେ ଏବଂ ସେ ପ୍ରକୃତରେ AI ଏବଂ ଏହାର ଉପକାରିତା ବିଷୟରେ ଚିନ୍ତା କରୁଥିଲେ । ତେବେ ମୁଁ ଜାଣିବାକୁ ଚାହୁଁଛି ଯେ ଭାରତ ଏତେ ଶୀଘ୍ର ChatGPTକୁ କିପରି ଆପଣାଇଲା । ଏହି ଉତ୍ତର ଜାଣିବା ପାଇଁ ଆମେ ଉତ୍ସାହିତ ରହିଛୁ ।"

ସେ କହିଛନ୍ତି ଯେ ଭାରତ କିପରି AI ପାଇଁ ସୁଯୋଗ ଉପସ୍ଥାପନ କରିପାରିବ ଏବଂ ଏହାର ନିୟମାବଳୀ ବିଷୟରେ ସେ କଣ ଭାବୁଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଅଲ୍ଟମାନ କହିଛନ୍ତି, "ଆମେ ଦେଶ ସ୍ଥିତି ବିଷୟରେ ଆଲୋଚନା କରିଥିଲୁ, ଦେଶକୁ କଣ କରିବା ଉଚିତ୍, ବିଶ୍ୱସ୍ତରୀୟ ନିୟମାବଳୀ ବିଷୟରେ ଚିନ୍ତା କରିବା ଆବଶ୍ୟକ ଯେ ଆମେ ନିଶ୍ଚିତ ଭାବରେ କିଛି ଡାଉନସାଇଡ ହେବାକୁ ରୋକିପାରିବା । "

ତେବେ ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହେବା ବେଳେ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଆଇ ବିକାଶ ପାଇଁ ଖର୍ଚ୍ଚ ହେଉଥିବା ବିଦ୍ୟୁତ ପାଇଁ ପରିବେଶ ଉପରେ ପଡୁଥିବା ପ୍ରଭାବର ମୁକାବିଲା ଲାଗି ସେ ଯୋଜନା ରଖିଥିବା କଥା କହିଛନ୍ତି ।

ତେବେ ଓପନଏଆଇ ସିଇଓ ସାମ ଅଲ୍ଟମାନ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, "ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାଳପ ପାଇଁ ଅଲ୍ଟମ୍ୟାନ ଆପଣଙ୍କୁ ଧନ୍ୟବାଦ। ଭାରତର ବୈଷୟିକ ଇକୋସିଷ୍ଟମକୁ ବୃଦ୍ଧି କରିବାରେ AI ର ସମ୍ଭାବନା ବାସ୍ତବରେ ଯୁବପିଢିଙ୍କ ପାଇଁ ବେଶ ସହାୟକ ଅଟେ। ଆମେ ସମସ୍ତ ସହଯୋଗକୁ ସ୍ୱାଗତ କରୁଛୁ। ଏହା ଆମର ନାଗରିକମାନଙ୍କୁ ସଶକ୍ତ କରିବା ସହ ଆମର ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ।"

ଓପନଏଆଇ ଦ୍ବାରା ବିକଶିତ ଚାଟଜିପିଟି: ଗତ ବର୍ଷ ଠାରୁ OpenAI ସର୍ବସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । OpenAI ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ChatGPT ଲଞ୍ଚ କଲା ପରେ ଚର୍ଚ୍ଚା ଜୋର ଧରିଛି । କହିବାକୁ ଗଲେ ଚାଟଜିପିଟି ଏକ ପ୍ରକାର ଟାର୍ଟବିଟ । ଏହା ଦ୍ବାରା ଚାର୍ଟ କରିପାରିବେ । ଆଇ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚାର୍ଟଜିପିଟିରେ ଆଉ ଯେ କୌଣସି ପ୍ରଶ୍ନ ପଚାରିବେ ସଙ୍ଗେସଙ୍ଗେ ଆପଣ ଉତ୍ତର ପାଇଯିବେ । ଚାଟ ଜେନେରେଟିଭ ପ୍ରିଟେଣ୍ଡ ଟ୍ରାନ୍ସଫର୍ମର । ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଚାର୍ଟଜିପିଟିକୁ ତିଆରି କରାଯାଇଛି । ଏହାକୁ ଏକ ପ୍ରକାର ସର୍ଚ୍ଚ ଇଞ୍ଜିନ ମଧ୍ୟ କହିପାରିବା । ଆପଣ ଏହାକୁ ବ୍ୟବହାର କରି ଯେକୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଫଟାଫଟ ପାଇପାରିବେ । ୨୦୨୨ ନଭେମ୍ବର ୩୦ରେ ଏହାକୁ ଲଞ୍ଚ କରାଯାଇଥିଲା ।

ତେବେ ଚାର୍ଟଜିପିଟି ଏବଂ ଗୁଗଲ ମଧ୍ୟରେ ପାର୍ଥକ୍ୟ କଣ: ସବୁ ପ୍ରଶ୍ନର ଉତ୍ତର ଆପଣ ଏହି ଦୁଇଟି ମାଧ୍ୟମରେ ପାଇପାରିବେ। ଯେତେବେଳ ଆପଣ କିଛି ଗୁଗଲରେ ସର୍ଚ୍ଚ କରୁଛନ୍ତି ତାହାଲେ ଗୁଗଲ ସଂକ୍ଷିପ୍ତ ଉତ୍ତର ସହ କିଛି ଓ୍ବେବସାଇଟର ଲିଙ୍କ ଦେଇଥାଏ । ଯଦି ଆପଣ ଚାର୍ଟଜିପିଟରେ କିଛି ସର୍ଚ୍ଚ କରିବା ତାହାଲେ କିଛି କ୍ଷଣ ମଧ୍ୟରେ ପୁରା ଉତ୍ତର ବିସ୍ତୃତ ଭାବେ ମିଳିଥାଏ । ତେଣୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବରେ ବ୍ୟବହାରକାରୀଙ୍କ ସଂଖ୍ୟା 100 ମିଲିୟନରୁ ଅଧିକ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2023, 10:52 AM IST

ABOUT THE AUTHOR

...view details