ଶ୍ରୀନଗର:ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ନଗୁଲାମ ନବୀ ଆଜାଦ । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ଦୁଇ ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ମୁକାବିଲା କରିବା ପାଇଁ କେବଳ କଂଗ୍ରେସ ହିଁ ସକ୍ଷମ । କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି(AAP) ଉଭୟ ରାଜ୍ୟରେ ବିଜେପିକୁ ସାମ୍ନା କରିବାରେ ଆଦୌ ସକ୍ଷମ ନୁହେଁ । ଆମ ଆଦମୀ ପାର୍ଟି କେବଳ ଦିଲ୍ଲୀରେ ସୀମିତ ବୋଲି କହିଛନ୍ତି ବରିଷ୍ଠ ରାଜନେତା ତଥା ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ଏକ ନୂତନ ଦଳ ଗଠନ କରିଥିବା ଗୁଲାମନବୀ ଆଜାଦ (Ghulam nabi azad on Gujarat poll) ।
ଶ୍ରୀନଗରରେ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଆଜାଦ କହିଛନ୍ତି,"ଯଦିଓ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି, ତଥାପି ମୁଁ କଂଗ୍ରେସର ଧର୍ମନିରପେକ୍ଷତା ନୀତି ବିରୁଦ୍ଧରେ ନଥିଲି । ଦଳୀୟ ବ୍ୟବସ୍ଥାର ଦୁର୍ବଳତା ଯୋଗୁ ମୁଁ କଂଗ୍ରେସ ଛାଡିଥିଲି । ତଥାପି ଗୁଜୁରାଟ ଓ ହିମାଚଳରେ କଂଗ୍ରେସ ହିଁ ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରିପାରିବ । କଂଗ୍ରେସ ହିନ୍ଦୁ, ମୁସଲମାନ ଓ ଚାଷୀଙ୍କୁ ଏକାଠି କରିବାର କ୍ଷମତା ରଖିଛି । ଅନ୍ୟପଟେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରିବାକୁ ସକ୍ଷମ ନୁହେଁ ।’’