ଓଡିଶା

odisha

ETV Bharat / bharat

ଟିକା ନେବା ପରେ କେତେ ପଜିଟିଭ ଚିହ୍ନଟ ? ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ସୂଚନା - ପଜିଟିଭ

ଟିକା ନେବା ପରେ ବି କୋରୋନାରେ ସଂକ୍ରମିତ ହେବା ଖବର ସାମ୍ନାକୁ ଆସୁଛି । ଏହାକୁ ନେଇ ବଡ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଟିକା ନେବା ପରେ କେତେ ପଜିଟିଭ ଚିହ୍ନଟ ? ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦେଲା ସୂଚନା
ଟିକା ନେବା ପରେ କେତେ ପଜିଟିଭ ଚିହ୍ନଟ ? ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦେଲା ସୂଚନା

By

Published : Apr 21, 2021, 6:45 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀର ଭୟାବହତା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଟିକା ନେବା ପରେ ବି କୋରୋନାରେ ସଂକ୍ରମିତ ହେବା ଖବର ସାମ୍ନାକୁ ଆସୁଛି । ଏହାକୁ ନେଇ ବଡ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

ସ୍ବାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 13 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇସରିଛି । ଏଥିମଧ୍ୟରୁ 30 ଲକ୍ଷ ଲୋକ ଗତ 24 ଘଣ୍ଟା ମଧ୍ୟରେ ନେଇଛନ୍ତି ଟିକା । ସେହିପରି 87 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇସାରିଛନ୍ତି ।

ଦେଶରେ କୋଭ୍ୟାକ୍ସିନର 1.1 କୋଟି ଡୋଜ ଦିଆଯାଇସାରିଛି । ଏଥିମଧ୍ୟରୁ ପ୍ରଥମ ଡୋଜ ନେବା ପରେ 4208 ଓ ଦ୍ବିତୀୟ ଡୋଜ ନେବା ପରେ 695 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହପରି 11.6 କୋଟି ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି । ଏଥିମଧ୍ୟରୁ 17,145 ଜଣ ପ୍ରଥମ ଡୋଜ ଓ 5014 ଜଣ ଦ୍ବିତୀୟ ଡୋଜ ନେବା ପରେ କୋରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଳୟ କହିଛି ।

ସେପଟେ ଦେଶରେ ବେକାବୁ କୋରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, 146 ଜିଲ୍ଲା ସରକାରଙ୍କ ଚିନ୍ତା ବଢାଇଛି । 308 ଜିଲ୍ଲାରେ ନିୟନ୍ତ୍ରଣାଧିନ ରହିଛି କୋରୋନା ।

ABOUT THE AUTHOR

...view details