ଓଡିଶା

odisha

CDS Chopper Crash: ଅଘଟଣକୁ ବର୍ଷେ, ପ୍ରଥମ ସିଡିଏସଙ୍କୁ ହରାଇଥିଲା ଦେଶ

By

Published : Dec 8, 2022, 10:05 AM IST

Updated : Dec 8, 2022, 10:11 AM IST

ସିଡିଏସ ହେଲିକପ୍ଟର ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ-17 ଭି5 ଦୁର୍ଘଟଣା । 2021 ମସିହା ଡିସେମ୍ବର 8 ତାରିଖରେ ଘଟିଥିଲା ଏହି ଦୁର୍ଘଟଣା । ଏଥିରେ ଦେଶର ପ୍ରଥମ ସିଡିଏସଙ୍କ ସମେତ 14ଜଣଙ୍କ ନିଧନ ହୋଇଥିଲା । ଅଧିକ ପଢନ୍ତୁ

CDS Chopper Crash
CDS Chopper Crash

ହାଇଦ୍ରାବାଦ:2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହୋଇଥିଲା । ସବୁଠୁ ବେଶୀ ଦୁଃଖଦ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏକାସଙ୍ଗରେ ଦୁଇପିଲାଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଥିଲା ।

ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ 12 ଜଣଙ୍କୁ ନେଇ ଉଡାଣ ଭରିଥିଲା ବାୟୁସେନା ହେଲିକପ୍ଟର ଏମଆଇ-17 ଭି5 । ହେଲେ କିଏ ଜାଣିଥିଲା ମଝି ଆକାଶରେ ମୃତ୍ୟୁ ଜଗି ବସିଛି । ତାମିଲନାଡୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ସିଡିଏସ । ତାମିଲନାଡୁ ନୀଳଗିରି ପର୍ବତମାଳା ୱେଲିଂଟନରେ ଥିବା ଡିଫେନ୍ସ ସର୍ଭିସେସ୍ ଷ୍ଟାଫ କଲେଜକୁ ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ତାମିଲନାଡୁ କୁନ୍ନୁର ଜିଲ୍ଲାରେ ଖସି ପଡିଥିଲା ବାୟୁସେନା ହେଲିକପ୍ଟର । ଏମଆଇ-17 ଭି5ରେ ନିଆଁ ଲାଗି ଯାଇଥିବାରୁ ଏଥିରେ ଥିବା ସମସ୍ତଙ୍କ ଶରୀର ପ୍ରାୟ 85ରୁ 90 ଭାଗ ଜଳି ଯାଇଥିଲା । ଫଳରେ ସିଡିଏସଙ୍କ ସମେତ 13 ଜଣଙ୍କର ହେହାନ୍ତ ହୋଇଥିଲା । ସୌଭାଗ୍ୟବଶତଃ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂ ବର୍ତ୍ତିଯାଇଥିଲେ ହେଲେ ଦୁର୍ଘଟଣାର 8 ଦିନ ପରେ ମୃତ୍ୟୁ ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରି ଯାଇଥିଲେ ବରୁଣ । ଏଥିରେ ଜଣେ ଓଡିଆ ବାୟୁସେନା ଅଧିକାରୀ ଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ଅନୁମାନ କରାଯାଉଥିଲା । ହେଲେ ସେଦିନ ପାଣିପାଗ ହିଁ ସାଜିଥଲା ଦୁର୍ଘଟଣାର ଖଳନାୟକ । CDSଙ୍କ ହେଲିକପ୍ଟର ଦୁର୍ଘଟଣାକୁ ନେଇ ବାୟୁସେନା ଦେଇଥିବା କୋର୍ଟ ଅଫ ଇନକ୍ବାରୀର ପ୍ରାଥମିକ ରିପୋର୍ଟରୁ ଏଭଳି ତଥ୍ୟ ସାମନାକୁ ଆସିଛି ।

63 ବର୍ଷୀୟ ଜେନେରାଲ ବିପିନ ରାୱତ 2019 ଡିସେମ୍ବର 31ରେ ଭାରତର 26 ତମ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବାର ଦିନକ ପରେ ପ୍ରଥମ ସିଡିଏସ ଭାବେ ଦାୟିତ୍ବ ନେଇଥିଲେ । ପ୍ରତିରକ୍ଷା ବଳର ଆଧୁନିକକରଣରେ ମୁଖ୍ୟ ଭୂମିକା ନେଇଥିଲେ ରାୱତ ।

ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିବା ସମସ୍ତେ...

ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ. ଲିଡ୍ଡେର, ଲ୍ୟୁଟନାଣ୍ଟ ଜେନେରାଲ କଲୋନେଲ ହରିଜିନ୍ଦର ସିଂ, ନାଏକ ଗୁରସେବକ ସିଂ, ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇ ତେଜା, କ୍ୟାପ୍ଟେନ ବରୁଣ ସିଂ, ହାବିଲଦାର ସତପାଲ, ଜେଓଡ୍ଲୁ ଦାସ, ଜେଓଡ୍ଲୁ ପ୍ରଦୀର ଏ, ୱିଙ୍ଗ କମାଣ୍ଡର ପିଏସ ଚୌହାନ, ସ୍କ୍ବର୍ଡନ ଲିଡର କେ ସିଂ ।

Last Updated : Dec 8, 2022, 10:11 AM IST

ABOUT THE AUTHOR

...view details