ଓଡିଶା

odisha

ETV Bharat / bharat

ଅଦ୍ଭୁତ ପରମ୍ପରା, ମୃତ୍ୟୁ ପରେ ବି ବିବାହ କରନ୍ତି ଭୂତ ! - କର୍ଣ୍ଣାଟକର ନିଆରା ପରମ୍ପରା

ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ବିବାହ କରନ୍ତି ଭୂତ । ରୀତିନୀତି ସହକାରେ ବରଘର ଲୋକେ ମୃତ କନ୍ୟାର ଘରକୁ ଯାଇ ବିବାହ କାର୍ଯ୍ୟ ସମ୍ପନ୍ନ କରନ୍ତି । ଅଧିକ ପଢନ୍ତୁ

ଅଦ୍ଭୁତ ପରମ୍ପରା ! ମୃତ୍ୟୁ ପରେ ବି ବିବାହ କରନ୍ତି ଭୂତ
ଅଦ୍ଭୁତ ପରମ୍ପରା ! ମୃତ୍ୟୁ ପରେ ବି ବିବାହ କରନ୍ତି ଭୂତ

By

Published : Jul 31, 2022, 1:59 PM IST

ବେଙ୍ଗାଲୁରୁ: ସଂସ୍କୃତି ଓ ପରମ୍ପରା ସମୃଦ୍ଧ ଦେଶ ଭାରତ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ପରମ୍ପରା ଓ ଲୋକବିଶ୍ବାସ ରହିଛି । ତେବେ ଏଠାରେ ଏଭଳି ମଧ୍ୟ କିଛି ପରମ୍ପରା ରହିଛି ଯାହା ସାଧାରଣ ଲୋକଙ୍କୁ ଆଚମ୍ବିତ କରେ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲା ଅନ୍ତର୍ଗତ ତୁଲୁନାଡୁରୁ ଏହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଭୂତଙ୍କ ବିବାହ କରାଯାଏ । ଯଦି କୌଣସି ଅବିବାହିତ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟେ, ତେବେ ବିବାହ ବୟସ ହେବା ପରେ ସେମାନଙ୍କ ବିବାହ କରିବା ଏଠାକାର ପରମ୍ପରା ଅଟେ । ତୁଲୁନାଡୁ ଲୋକମାନଙ୍କ ବିଶ୍ବାସ, ମୃତ୍ୟୁ ପରେ ବି ସେମାନେ ତାଙ୍କ ସହ ରୁହନ୍ତି । ସେଥିପାଇଁ ସେ ସମସ୍ତ ରୀତିନୀତି ସହକାରେ ମୃତ ଲୋକଙ୍କ ବିବାହ କରିଥାନ୍ତି ।

ଅଦ୍ଭୁତ ପରମ୍ପରା ! ମୃତ୍ୟୁ ପରେ ବି ବିବାହ କରନ୍ତି ଭୂତ

କୌଣସି ଯୁବକ ଯୁବତୀଙ୍କ ମୃତ୍ୟୁ ହେଲେ, ସେମାନଙ୍କ ବିବାହ ବୟସ ହେବା ପରେ ବିବାହ କରାଯାଏ । କେବଳ ଆଟି ମାସ(ଜୁଲାଇ-ଅଗଷ୍ଟ)ର ଆଟି ଅମାବାସ୍ୟା ରାତିରେ ହିଁ ଭୂତଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଏ । ସେଥିପାଇଁ ଏହି ମାସରେ ଅନ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ । ଭୂତ ବିବାହ ପାଇଁ ଆଟି ଆମାବାସ୍ୟାର ଦୁଇ ତିନି ମାସ ଆଗରୁ ଲୋକମାନେ ଆଖପାଖ ଅଞ୍ଚଳରେ ମୃତ ଯୁବକ ଯୁବତୀଙ୍କ ସନ୍ଧାନ କରିଥାନ୍ତି । ଏହାପରେ ଉକ୍ତ ଯୁବକ ଯୁବତୀଙ୍କ ପରିବାରର ସହମତିରେ ସେମାନଙ୍କ ବିବାହ କରାଇଥାନ୍ତି ।

ତୁଲୁବା ପରମ୍ପରା ଅନୁଯାୟୀ, ସମସ୍ତ ରୀତିନୀତି ସହକାରେ ଭୂତ ବିବାହ ଅନୁଷ୍ଠିତ ହୁଏ । କେବଳ ଯାହା ବରକନ୍ୟା ଜୀବିତ ନଥାନ୍ତି । ପରମ୍ପରା ଅନୁସାରେ ବରପକ୍ଷ ଲୋକେ କନ୍ୟାଙ୍କ ଘରକୁ ଯାଆନ୍ତି । ସେଠାରେ ବରକନ୍ୟା ଭାବେ ରୂପା କିମ୍ବା ଚାଉଳରେ ଦୁଇଟି ମୂର୍ତ୍ତି ତିଆରି କରି ଏକ ଆସନରେ ଏହାକୁ ରଖି ବିବାହ ସମ୍ପନ୍ନ କରାଯାଏ । ଏପରିକି ସାଙ୍କେତିକ ରୂପେ ବର ଦ୍ବାରା କନ୍ୟା ବେକରେ ମଙ୍ଗଳସୂତ୍ର ମଧ୍ୟ ବନ୍ଧାଯାଏ । ଅନ୍ୟ ବିବାହ ଭଳି ଏଥିରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥାଏ । ଭାତ, ଚିକେନ ଓ ମାଛ ଭଳି ସୁସ୍ବାଦ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ତେବେ ତୁଲୁନାଡୁ ଅଞ୍ଚଳର ଏହି ଭୂତ ବିବାହ ଏକ ସ୍ବତନ୍ତ୍ର ପରମ୍ପରା ଅଟେ ।

ABOUT THE AUTHOR

...view details