ଓଡିଶା

odisha

By

Published : Feb 22, 2021, 10:44 AM IST

ETV Bharat / bharat

ଅମରାବତୀ-ଅଚଲପୁରରେ ସାପ୍ତାହିକ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

ମହାରାଷ୍ଟ୍ରର ଅମରାବତୀ, ଅଚଲପୁର ମ୍ୟୁନିସିପାଲ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ଅମରାବତୀ, ଅଚଲପୁର ମୁନିସିପାଲ ଅଞ୍ଚଳରେ ସାପ୍ତାହିକ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ
ଅମରାବତୀ, ଅଚଲପୁର ମୁନିସିପାଲ ଅଞ୍ଚଳରେ ସାପ୍ତାହିକ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ମ୍ୟୁନିସିପାଲ କର୍ପୋରେସନ ଓ ଅଚଲପୁର ମ୍ୟୁନିସିପାଲ କାଉନସିଲ ଅଞ୍ଚଳରେ ଫେବୃଆରୀ 22 ତାରିଖଠାରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଏହା ରାତି 8ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହୋଇଥିବା ସୂଚନା ମିଳିଛି ।

ତେବେ କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସାମଗ୍ରୀ ଦୋକାନ ସକାଳ 8ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଖୋଲାଯିବ । ତେବେ ଏ ନେଇ ଅମରାବତୀ ଜିଲ୍ଲାର ଜିଲ୍ଲାପାଳ ଶୈଳେଶ ନାଭାଲ ସୂଚନା ଦେଇଛନ୍ତି । ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଟ୍ରେନିଂ ସ୍କୁଲ, କୋଚିଂ ସେଣ୍ଟର ଆଦି ଅନୁଷ୍ଠାନ ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହାସହିତ ସିନେମା ହାଉସ, ଜିମ, ସୁଇମିଂ ପୁଲ, ପାର୍କ ମଧ୍ୟ ବନ୍ଦ ରହିବ ।

ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ କୋରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଏଥିଲାଗି ରାଜ୍ୟରେ କୋଭିଡ ନିୟମ କଟକଣାକୁ କଡାକଡି ଲାଗୁ କରାଯିବା ସହିତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଲକଡାଉନ ଲାଗୁ କରାଯାଇଛି ।

@ANI

ABOUT THE AUTHOR

...view details