ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୋଲିସ ଅଧିକାରୀ ପ୍ରବୀଜ ଅହେମ୍ମଦଙ୍କ ହତ୍ୟା ଘଟଣା । ଏ ଘଟଣାରେ ସମ୍ପୃକ୍ତି ନେଇ ଜମ୍ମୁ କାଶ୍ମୀରରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଆତଙ୍କବାଦୀ ଜଣକ ହେଉଛନ୍ତି ମୁହିବ ବସିର ଦର । ସେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ଏନେଇ କାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ ମାସରେ ଇନ୍ସପେକ୍ଟର ପରଭେଜ ଅହମ୍ମଦ ଜାମ୍ମୁ କାଶ୍ମୀରର ମେନଗାନୱାଜୀ ନୋଗାମ ଅଞ୍ଚଳରେ ଥିବା ମସଜିଦକୁ ଯାଉଥିଲେ । ଏହି ସମୟରେ ୪ ଆତଙ୍କବାଦୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚାରିଜଣ ଆତଙ୍କବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ୪ ଆତଙ୍କୀଙ୍କ ମଧ୍ୟରୁ ଏ ହତ୍ୟାରେ ସମ୍ପୃକ୍ତ ଥିବା ୨ ଆତଙ୍କୀ ସାକିକ୍ ମଞ୍ଜୁର ଏବଂ ରମିଜଙ୍କୁ ଶ୍ରୀନଗର ଓ ସୋପୋର ଏନକାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏ ଘଟଣାରେ ଅନ୍ୟ ଜଣେ ଆତଙ୍କବାଦୀ ବାସିତ କାମ୍ରାନ ଏବେବି ଫେରାର ରହିଛି । ତାକୁ ଧରିବା ପାଇଁ ଏବେବି ତଦନ୍ତ ଜାରି ରହିଛି ।