ଓଡିଶା

odisha

ETV Bharat / bharat

କୋରୋନା ମୃତ୍ୟୁ ହାର ୮୦% କମାଉଛି ଆଷ୍ଟ୍ରାଜେନେକାର ଗୋଟିଏ ଡୋଜ - AstraZeneca vaccine

ସାରାଦେଶରେ ଏବେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା । ଏଭଳି ସ୍ଥିତିରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା କୋରୋନା ଟିକାର ଗୋଟିଏ ଡୋଜ ନେବା ପରେ କୋରୋନାଜନିତ ମୃତ୍ୟୁ ହାର ୮୦% କମୁଛି ବୋଲି ସୂଚନା ଦେଇଛି ପବ୍ଲିକ ହେଲଥ ଇଂଲଣ୍ଡ । ଅଧିକ ପଢନ୍ତୁ...

କୋରୋନା ମୃତ୍ୟୁ ହାର ୮୦% କମାଉଛି ଆଷ୍ଟ୍ରାଜେନେକାର ଗୋଟିଏ ଡୋଜ
କୋରୋନା ମୃତ୍ୟୁ ହାର ୮୦% କମାଉଛି ଆଷ୍ଟ୍ରାଜେନେକାର ଗୋଟିଏ ଡୋଜ

By

Published : May 11, 2021, 4:36 PM IST

ନୂଆଦିଲ୍ଲୀ: ସାରାଦେଶରେ କୋରୋନା ମହାମାରୀର ଦ୍ବିତୀୟ ଲହରୀ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏବେ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏପଟେ ଦେଶରେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା । ଏଭଳି ସ୍ଥିତିରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା କୋରୋନା ଟିକାର ଗୋଟିଏ ଡୋଜ ନେବା ପରେ କୋରୋନାଜନିତ ମୃତ୍ୟୁ ହାର ୮୦% କମୁଛି ବୋଲି ସୂଚନା ଦେଇଛି ପବ୍ଲିକ ହେଲଥ ଇଂଲଣ୍ଡ ।

ଏହାସହ ଆଉ ମଧ୍ୟ କହିଛି ଯେ, ଫାଇଜର ବାୟୋ-ଏନଟେକ ଟିକାର ପ୍ରଥମ ଡୋଜ ନେବା ପରେ ମୃତ୍ୟୁ ହାର ୮୦% ଏବଂ ଦ୍ଵିତୀୟ ଡୋଜ ନେବା ପରେ ୯୭% ପର୍ଯ୍ୟନ୍ତ ମୃତ୍ୟୁ ହାର ହ୍ରାସ ପାଉଛି ।

ପିଏଚଇ କହିଛି ଯେ, ରିୟଲ ୱାର୍ଲ୍ଡ ସେଟିଂର ତଥ୍ୟ ଉପରେ ଆଧାର କରି ଆଷ୍ଟ୍ରାଜେନେଙ୍କା ଟିକା ଦ୍ବାରା ମୃତ୍ୟୁହାରରୁ ହ୍ରାସ କରିବା ଉପରେ ଏହି ଅଧ୍ୟୟନ ପ୍ରଥମ ଅଟେ। ଡିସେମ୍ବରରୁ ଏପ୍ରିଲ ମଧ୍ୟରେ କୋଭିଡ -୧୯ର ନୂତନ ଲକ୍ଷଣଗତ ମାମଲା ଏବଂ ଟିକା ନେବା ପରେ କରୋନା ଆକ୍ରାନ୍ତ ହେବାର ୨୮ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ତେବେ ଟିକା ନେଇନଥିବା ଲୋକଙ୍କ ତୁଳନାରେ ଯେଉଁମାନେ ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ ନେଇଛନ୍ତି, ସେମାନଙ୍କ ମୃତ୍ୟୁହାର 55% ହ୍ରାସ ପାଇଛି ଏବଂ ଯେଉଁମାନେ ପିଫାଇଜରର ଗୋଟିଏ ଡୋଜ ନେଇଛନ୍ତି, ସେମାନଙ୍କ ମୃତ୍ୟୁହାର 44% ହ୍ରାସ ପାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଦିନ ଇଂଲଣ୍ଡରେ ଲକଡାଉନ୍ ପ୍ରତିବନ୍ଧକକୁ କୋହଳ କରିଛନ୍ତି, ଯଦ୍ବାରା ଦେଶର ଟିକା ରୋଲ ଆଉଟ୍ ବେଗରେ ସାହାଯ୍ୟ କରିବ । ତେବେ ନିକଟ ଅତୀତରେ ଆଷ୍ଟ୍ରାଜେନେକାକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ଅନେକ ଦେଶ ଏହି ଟିକାର ବ୍ୟବହାର ବନ୍ଦ କରିଥିଲେ । ହେଲେ ଏବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବ୍ୟବହାର ବନ୍ଦ କରିଥିବା ଦେଶ ପୁଣି ଥରେ ଟିକାର ବ୍ୟବହାର ଆରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details