ଶ୍ରୀନଗର: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଜମ୍ମୁ-କଶ୍ମୀରର କୁଲଗାମରେ ଗ୍ରେନେଡ୍ ଆକ୍ରମଣ । ଶନିବାର ବିଳମ୍ବିତ ରାତିରେ କୁଲଗାମ ଜିଲ୍ଲାର କାଇମୋହ(Kulgam's Qaimoh)ରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଯାଇଛନ୍ତି । ମୃତ ପୋଲିସ କର୍ମୀ ହେଉଛନ୍ତି ପୁଞ୍ଚ ମେଣ୍ଡର ଅଞ୍ଚଳର ତାହିର ଖାନ(Tahir Khan) । ଗ୍ରେନେଡ୍ ଆକ୍ରମଣରେ ତାହିର ଖାନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅନନ୍ତନାଗ ସ୍ଥିତ ଜିଏମସି(GMC) ହସ୍ପିଟାଲକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କାଶ୍ମୀର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
କୁଲଗାମ୍ରେ ଗ୍ରେନେଡ୍ ଆଟାକ୍, ଜଣେ ପୋଲିସ କର୍ମୀ ଶହୀଦ
ଜମ୍ମୁ କଶ୍ମୀରର କୁଲଗାମରେ ଗ୍ରେନେଡ୍ ଆକ୍ରମଣ । ଜଣେ ପୋଲିସ କର୍ମୀ ଶହୀଦ । ଅଧିକ ପଢନ୍ତୁ
କୁଲଗାମ୍ରେ ଗ୍ରେନେଡ୍ ଆଟାକ୍, ଜଣେ ପୋଲିସ କର୍ମୀ ଶହୀଦ
ଏହାମଧ୍ୟ ପଢନ୍ତୁ: ସେନା କ୍ୟାମ୍ପ ଉପରେ ଆତଙ୍କୀ ହମଲା, 3 ଯବାନ ଶହୀଦ
ସ୍ବାଧୀନତା ଦିବସ ସମାରୋହ ପାଇଁ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ଡ୍ରୋନ, ସ୍ନାଇପର ସହ ପୋଲିସ କର୍ମୀମାନେ ସାଧା ପୋଷାକରେ ମୁତୟନ ହୋଇଛନ୍ତି । ଏହାସତ୍ତ୍ବେ ଶନିବାର କୁଲଗାମରେ ଆତଙ୍କୀ ଗ୍ରେନେଡ୍ ମାଡ କରିଛନ୍ତି । ରଜୌରୀ ଜିଲ୍ଲାରେ ସେନା କ୍ୟାମ୍ପ ଉପରକୁ ଆକ୍ରମଣର ଗୋଟିଏ ଦିନ ପରେ ପୋଲିସ୍ ଟିମ୍ ଉପରେ ଏହି ଆକ୍ରମଣ ହୋଇଛି । ସେନା କ୍ୟାମ୍ପ ଉପରେ ହୋଇଥିବା ଆତଙ୍କୀ ହମ୍ଲାରେ ୪ ଜଣ ଯବାନ ଶହୀଦ ହୋଇଥିଲେ ।