ଚଣ୍ଡିଗଡ: ପଞ୍ଜାବର କପୁରଥାଲାରେ ପୁଣି ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା । ଶିଖ ଧର୍ମର ପତାକା ନିଶାନ ସାହିବକୁ ଅପମାନିତ କରିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ବେକାବୁ ଭିଡ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ରହିଛି । ତେବେ ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଯୁବକଜଣଙ୍କ ନିଶାନ ସାହିବକୁ ହଟାଇବାକୁ ଚେଷ୍ଟା କରିଥିଲା । ଏହା ପରେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲାବେଳେ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ ଉତ୍ତେଜିତ ଲୋକମାନେ ତାକୁ କାବୁ କରିବା ସହ ସଙ୍ଗବଦ୍ଧ ଆକ୍ରମଣ କରିଥିଲେ । ଉକ୍ତ ଯୁବକକୁ ଭିଡରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ମାତ୍ର କିଛି ଘଣ୍ଟା ବ୍ୟବଧାନ ମଧ୍ୟରେ ରାଜ୍ୟରେ ଦୁଇ ଦୁଇଟି ଭିଡ ହିଂସା ଦେଖିବାକୁ ମିଳିଥିବାବେଳେ ରାଜ୍ୟ ପୋଲିସ ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଅମୃତସର ଏବଂ କପୁରଥାଲାରେ ଘଟିଥିବା ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଗୁରୁତର ସହ ନିଆଯାଇଥିବା ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଟ୍ବିଟ କରି ସୂଚନା ଦେଇଛନ୍ତି ।