ଓଡିଶା

odisha

By ETV Bharat Odisha Team

Published : Aug 26, 2023, 6:50 AM IST

ETV Bharat / bharat

ଦାର୍ଜିଲିଂରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନରେ ଚାଲିଗଲା ଜଣଙ୍କ ଜୀବନ

ଲଗାତାର ବର୍ଷାର ପ୍ରଭାବରେ ଭୂସ୍ଖଳନ ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ଫସି ରହିଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଅଧିକ ପଢ଼ନ୍ତୁ

ଭୂସ୍ଖଳନରେ ପ୍ରାଣ ହରାଇଲେ ବ୍ୟକ୍ତି
ଭୂସ୍ଖଳନରେ ପ୍ରାଣ ହରାଇଲେ ବ୍ୟକ୍ତି

କୋଲକାତା:ପ୍ରକୃତି ରଚିଲା ତାଣ୍ଡବ । ଭୂସ୍ଖଳନରେ ଚାଲିଗଲା ଜୀବନ । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଲଗାଣ ବର୍ଷା ପ୍ରଭାବରେ ଭୂସ୍ଖଳନ ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ଫସି ରହିଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମୃତକ ହେଉଛନ୍ତି ଦାର୍ଜଲିଂ ଟକବାର ବ୍ଲକ ଦଣ୍ଡ ଗ୍ରାମର 59 ବର୍ଷୀୟ ବାବୁଲାଲ ରାୟ ।

ସୂଚନା ଅନୁସାରେ, ଶୁକ୍ରବାର ଲଗାଣ ବର୍ଷା କାରଣରୁ ପାହାଡିଆ ଅଞ୍ଚଳରେ ଥିବା ଦଣ୍ଡ ଗ୍ରାମରେ ଭୂସ୍ଖଳନ ହୋଇଥିଲା । ଏଥିରେ ବାବୁଲାଲ ରାୟଙ୍କ ଘର ଭୁଶୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଏହି ଭୂସ୍ଖଳନ ଯୋଗୁଁ ପାହାଡିଆ ଅଞ୍ଚଳରେ ଥିବା ଅନେକ ଲୋକ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ

ଲଗାଣ ବର୍ଷା ପ୍ରଭାବରେ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ 10 ନମ୍ବର ଜାତୀୟ ରାଜପଥ ଜଳମଗ୍ନ ହୋଇରହିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ନଦୀ ପାଣି ପସିଥିବାର ଅଭିଯୋଗ ମଧ୍ୟ ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷେ ବର୍ଷା ପ୍ରଭାବରେ 29 ନମ୍ବର ଜାତୀୟ ରାଜପଥରେ ବଡ଼ ବଡ଼ ଗଛ ଉପୁଡି ପଡିବା ଫଳରେ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପୂର୍ବରୁ ହିମାଚଳ ପ୍ରଦେଶର କଙ୍ଗଡା ଜିଲ୍ଲାର ବିଧାନସଭା ମଣ୍ଡଳୀ ପରମାର ନଗର ଗାଁରେ ମଧ୍ୟ ଭୂସ୍ଖଳନ ହୋଇଥିଲା । ଫଳରେ ସେଠାରେ ପ୍ରାୟ 12ଟି ଘର ମାଟିରେ ମିଶି ଯାଇଥିଲା । କେବଳ ସେତିକି ନୁହେଁ ବରଂ ଏହି ଭୂସ୍ଖଳନରେ ଆଖପାଖ ଗାଁର ମାଟିରେ ଫାଟ ସୃଷ୍ଟି ହୋଇଥିଲା । ସେପଟେ ଏଭଳି ସ୍ଥିତି ଦେଖି ପ୍ରଶାସନ କିଛି ଘରକୁ ଖାଲି କରିଥିଲା । ଭୂସ୍ଖଳନ ଯୋଗୁଁ ବାସହୀନ ହୋଇଥିବା ପରିବାର ପାଇଁ ପ୍ରଶାସନ ଖାଦ୍ୟ ପାନୀୟ ଓ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଥିଲା । ସୂଚନା ଥାଉକି, ଚଳିତ ବର୍ଷ ଫେବୃଆରୀ ଆରମ୍ଭରେ ଜାମ୍ମୁ କାଶ୍ମୀରରେ ମଧ୍ୟ ଭୂସ୍ଖଳନ ହୋଇଥିଲା । ଏଠାରେ ମାଟି ଦବିବା ସହ ଅନେକଙ୍କ ଘରେ ଫାଟ ସୃଷ୍ଟି ହୋଇଥିଲା । ପ୍ରାୟ 50ଟି ଘରେ ଫାଟ ସୃଷ୍ଟି ହୋଇଥିଲା । ତେବେ ସେଠାରେ ଭୂସ୍ଖଳନର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଖନନ ଯୋଗୁଁ ଏପରି ଘଟୁଥିବା ଆଶଙ୍କା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details