ନୂଆଦିଲ୍ଲୀ:ଆଜି ମହାସାଗର ସମ୍ମିଳନୀ (One Ocean Summit)କୁ ଭିଡିଓ କନଫରେନ୍ସି ଯୋଗେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତ ସବୁବେଳେ ବିଶାଳ ଓ ନିବିଡ ସଭ୍ୟତାରେ ରହିଆସିଛି । ଆଉ ଭାରତ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ଭାବେ ମହାସାଗର ସହ ଜଡିତ ହୋଇ ରହିଛି ।
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଫ୍ରାନ୍ସର ପ୍ରାଥମିକ ରାଷ୍ଟ୍ରୀୟ ଅଧିକାରକୁ ସବୁବେଳେ ଗଠନ ମୂଳକ ସମର୍ଥନ ଦେଇ ଆସିଛି । ଆମର ବିଶ୍ବାସ ଏହି ଆନ୍ତଃରାଷ୍ଟ୍ରୀୟ ସନ୍ଧି ଚଳିତ ବର୍ଷ ପୁରା ହେବ । ଭାରତ ବର୍ତ୍ତମାନ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ଉପରେ ଯୋର ଦେଉଛି । ଆମର ନୌସେନାକୁ ସମୁଦ୍ରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ପାଇଁ ଚଳିତ ବର୍ଷ ଶହେ ଦିନ ସମୟ ଦେଇଛି । ଏହାସହ ତଟୀୟ ଅଞ୍ଚଳରେ ଆମର ସ୍ବେଚ୍ଛାସେବୀ ଓ ଯୁବବର୍ଗ ବିଶେଷ ଭାବେ ଏକ ଅଭିଯାନ ଆରମ୍ଭ କରି 13 ଟନରୁ ଅଧିକ ଆବର୍ଜନା ସମୁଦ୍ରରୁ ସଫା କରିଛନ୍ତି ।
ଆମେ ଆମର ପ୍ରାକୃତିକ ପରିବେଶକୁ ସଫା ରଖିବା ବହୁତ ଜରୁରୀ । ଖାଲି ଏତିକି ନୁହେଁ ଭାରତ-ଫ୍ରାନ୍ସ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ଉପରେ ମିଳିତ ଭାବେ କାମ କଲେ ଆମେ ଖୁସି ହେବୁ ବୋଲି ମୋଦି କହିଛନ୍ତି ।