କୋଲକାତା: ୱାନ ନେସନ, ୱାନ ରାସନ ଯୋଜନା ପଶ୍ଚିମବଙ୍ଗରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ଯୋଜନାଟି ରାଜ୍ୟରେ ପ୍ରକ୍ରିୟାଧୀନ ରହିଥିବା ବଳେ ଏହାସହିତ ପଶ୍ଚିମବଙ୍ଗ ସରକାରଙ୍କ କୌଣସି ସମସ୍ୟା ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ।
ଜାତୀୟ ଖାଦ୍ୟ ନିରାପଦା ଧାରା(NFSA) ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ଅନୁଯାୟୀ ୱାନ ନେସନ ୱାନ ରାସନ କାର୍ଡ ମାଧ୍ୟମରେ ରାସନ ହିତାଧିକାରୀଙ୍କ ଉପଲବ୍ଧତା ନିଶ୍ଚିତ କରାଯାଏ । ବିଶେଷ ଭାବରେ ପ୍ରବାସୀ ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ । ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଦିନ ମଜୁରିଆ, ବୁଲା ବିକାଳୀ, ଅସ୍ଥାୟୀ ଶ୍ରମିକ ଆଦିଙ୍କୁ ସାମିଲ କରାଯାଇଛି ।