ହାଇଦ୍ରାବାଦ:ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ମାଓବାଦୀ । ତେଲେଙ୍ଗାନର ଭଦ୍ରାଡ୍ରି-କୋଥାଗୁଡେମ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ସଫା ହୋଇଛି ମାଓବାଦୀ । ସୂଚନା ଅନୁସାରେ, କୁର୍ନାପାଲ୍ଲୀ-ବୋଡେନାଲି ଅଞ୍ଚଳରେ ସ୍ପେଶାଲ ପୋଲିସ ଟିମ କୁମ୍ବିଂ କରୁଥିବା ସମୟରେ ୧୦ ଜଣ ମାଓବାଦୀଙ୍କୁ ପାଇଥିଲା ।
ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ କରାଯାଇଥିଲା । ପୋଲିସ ପକ୍ଷରୁ ମଧ୍ଯ ଏହାର ପ୍ରତି ଜବାବ ଦିଆଯାଇଥିଲା । ଉଭୟ ପକ୍ଷରୁ ଗୁଳିବର୍ଷଣ ହେବା ବେଳେ ଏଥିରେ ଜଣେ ମାଓ କ୍ୟାଡର ଟଳି ପଡିଥିଲେ । ଏହି କୁମ୍ବିଂ ଅପରେସନ ସକାଳ ପ୍ରାୟ ୮.୧୫ ସମୟରେ କରାଯାଇଥିଲା ।