ଓଡିଶା

odisha

ETV Bharat / bharat

ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା - ଭେଙ୍କେୟା ନାଇଡୁଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ବାଚସ୍ପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ଅବସରରେ ସଂସଦରେ ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

ଆଜି ସରୁଛି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ, ସଂସଦରେ ସ୍ମତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ-ସାଂସଦ
ଆଜି ସରୁଛି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ, ସଂସଦରେ ସ୍ମତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ-ସାଂସଦ

By

Published : Aug 8, 2022, 3:17 PM IST

Updated : Aug 8, 2022, 3:29 PM IST

ନୂଆଦିଲ୍ଲୀ: ଅଗଷ୍ଟ ୧୦ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ଅବସରରେ ସଂସଦରେ ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ବିରୋଧୀ ଦଳର ନେତା ଓ ସାଂସଦ ତାଙ୍କ ସହ ଗୃହରେ ବିତାଇଥିବା ସ୍ମୃତି ବାଣ୍ଟିଛନ୍ତି । ଉପରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଶିକ୍ଷଣୀୟ ଶବ୍ଦ ସଂଯୋଜନା ଓ ବାକ୍‌ ସଂଯମତା ଉପରେ ସଦା ନିୟନ୍ତ୍ରଣ ପାଇଁ ଭେଙ୍କେୟା ସର୍ବଦା ଜଣେ ଅନନ୍ୟ ବକ୍ତା । ଅଳ୍ପରେ ଅନେକ ସେ । ବେଶୀ କହିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଅଳ୍ପରେ ଅନେକ କହିଥାନ୍ତି । ତାଙ୍କର ୱାନ ଲାଇନର(One-Liner) ପାଇଁ ସର୍ବଦା ସମସ୍ତଙ୍କ ହୃଦୟ ଜିତିନିଅନ୍ତି ।

ବିଦାୟୀ ଉପରାଷ୍ଟ୍ରପତି ଭେଙ୍କୟାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଭେଙ୍କେୟା ନାଇଡୁଙ୍କ ସହ ଅନେକ ବର୍ଷ ଧରି କାର୍ଯ୍ୟ କରିଛି । ସେ ଅନେକ ଗୁରୁ ଦାୟିତ୍ବ ନେଇଛନ୍ତି ଏବଂ ଉତ୍ସର୍ଗୀକୃତ ଭାବେ ତାକୁ ତୁଲାଇଛନ୍ତି ।'' ଭାଷା ପ୍ରତି ତାଙ୍କ ଭଲ ପାଇବା ପ୍ରଶଂସନୀୟ । ତାଙ୍କ ସହିତ କାମ କରିବା ମୋର ସୌଭାଗ୍ୟ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆମର ଉପରାଷ୍ଟ୍ରପତି ଭାବେ ଯୁବଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯୁବଶକ୍ତି ପାଇଁ ଅନେକ କାର୍ଯ୍ୟକ୍ରମ ଦିଗରେ ଗୁରୁତ୍ବ ଦେଇଛନ୍ତି । ଦଳର ମୁଖ୍ୟ ଭାବେ ତୁମର ନେତୃତ୍ବ ଓ କ୍ୟାବିନେଟରେ ତୁମର କଠିନ ପରିଶ୍ରମ ସର୍ବଦା ମନେ ରହିବ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା ଅଗଷ୍ଟ ୧୫ ତାରିଖରେ ଯେବେ ଦେଶ ସ୍ବାଧୀନତା ଦିବସ ପାଳନ କରିବ, ସେତେବେଳେ ସ୍ବାଧୀନତା ପରେ ଜନ୍ମ ହୋଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି ଓ ପ୍ରଧାନମନ୍ତ୍ରୀ ରହିଥିବେ । ଏବଂ ସମସ୍ତେ ସାଧାରଣ ପରିବାରରୁ ଆସିଛନ୍ତି । ରାଜ୍ୟସଭାର ଗାରିମା ବୃଦ୍ଧି ପାଇଁ ଭେଙ୍କେୟାଙ୍କ ଅନେକ ଯୋଗଦାନ ରହିଛି । ତୁମ କାର୍ଯ୍ୟକାଳରେ ପ୍ରାୟ ୭୦ ପ୍ରତିଶତ ରାଜ୍ୟସଭାର ଗାରିମା ବୃଦ୍ଧି ହୋଇଛି ଓ ପ୍ରାୟ ୧୭୭ଟି ବିଲ୍‌ ପାସ୍‌ କିମ୍ବା ଆଲୋଚନା ହୋଇଛି ।"

ବର୍ଷ ୨୦୧୭ରେ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ(NDA) ଏମ ଭେଙ୍କେୟା ନାୟୁଡୁଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥି କରିଥିଲା ଓ ସେ ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ହୋଇଥିଲେ । ୧ ଜୁଲାଇ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ନାୟୁଡୁଙ୍କ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟକ୍ଳ ୨୦୨୨ ଅଗଷ୍ଟ ୧୦ରେ ଶେଷ ହେଉଛି । ସେହିପରି ସଂସଦରେ ଅନ୍ୟ ସଦସ୍ୟମାନେ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ସହ ବିତାଇଥିବା ସ୍ମୃତି ବାଣ୍ଟିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଗଡେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଚାପରେ ଥାଇ ବି କାର୍ଯ୍ୟ ତୁଲାଇବା ଶୈଳୀକୁ ତାରିଫ କରିଛନ୍ତି ବିରୋଧୀ ଦଳ ନେତା । ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଲ୍ଲିକାର୍ଜୁନ କହିଛନ୍ତି, ''ଖୋଜିଲେ ତ ଅନେକ ମିଳିବେ ହେଲେ ତୁମ ପରି କେହି ମିଳିବେ ନାହିଁ ।"

ସେହିପରି ବିଜେଡି ସାଂସଦ ମଧ୍ୟ ସ୍ମୃତି ବାଣ୍ଟିଥିଲେ । ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କ ଭାଷା ପ୍ରତି ଥିବା ଭଲ ପାଇବା ବିଷୟରେ କହିଥିଲେ । ଗୃହରେ ଭେଙ୍କେୟା ନାଇଡୁ ଥିରେ ଓଡିଆରେ ''ଉତ୍ତମ କହୁଛ'' ବୋଲି କହିଥିଲେ। ସେକଥାକୁ ମନେ ପକାଇଥିଲେ ସସ୍ମିତ । ଏହା ସହ ''ଉତ୍ତମ କହୁଛ'' ଏକ ଲେଖାର ପ୍ରଣାଣ ରଖିଥିବା କହିଥିଲେ ସସ୍ମିତ । ଏହାଛଡା ଅନ୍ୟ ସାଂସଦମାନେ ମଧ୍ୟ ଉପରାଷ୍ଟ୍ରପତିଙ୍କ ସହ ବିତାଇଥିବା ସମୟ ବିଷୟରେ କହିଥିଲେ ।

Last Updated : Aug 8, 2022, 3:29 PM IST

ABOUT THE AUTHOR

...view details