ଓଡିଶା

odisha

ETV Bharat / bharat

2 ବର୍ଷରେ ସେନାରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ହୋଇଛି: ରାଜନାଥ - କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସେନାରେ ନିଯୁକ୍ତି ନେଇ ରାଜ୍ୟସଭାରେ ବିବୃତି ରଖିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଭାରତୀୟ ସେନାରେ ୧ ଲକ୍ଷ ୩୪ ହଜାର ୦୩ ଜଣଙ୍କୁ ୨୦୧୮-୧୯ ଓ ୨୦୧୯-୨୦ରେ ନିଯୁକ୍ତି ଦିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି । ଏଥିସହ କୋଭିଡ ମହାମାରୀ ପାଇଁ ସେନା ନିଯୁକ୍ତିକୁ ପ୍ରକ୍ରିୟାକୁ ୨୦୨୦-୨୧ ଓ ୨୦୨୧-୨୨ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ

2018-20ରେ ୧ ଲକ୍ଷରୁ ଅଧିକ ସେନାରେ ନିଯୁକ୍ତି ହୋଇଛି:  ରାଜନାଥ ସିଂ
2018-20ରେ ୧ ଲକ୍ଷରୁ ଅଧିକ ସେନାରେ ନିଯୁକ୍ତି ହୋଇଛି: ରାଜନାଥ ସିଂ

By

Published : Mar 21, 2022, 10:12 PM IST

ନୂଆଦିଲ୍ଲୀ:ସେନାରେ ନିଯୁକ୍ତି ନେଇ ରାଜ୍ୟସଭାରେ ବିବୃତି ରଖିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଭାରତୀୟ ସେନାରେ ୧ ଲକ୍ଷ ୩୪ ହଜାର ୦୩ ଜଣଙ୍କୁ ୨୦୧୮-୧୯ ଓ ୨୦୧୯-୨୦ରେ ନିଯୁକ୍ତି ଦିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି । ଏଥିସହ କୋଭିଡ ମହାମାରୀ ପାଇଁ ସେନା ନିଯୁକ୍ତିକୁ ପ୍ରକ୍ରିୟାକୁ ୨୦୨୦-୨୧ ଓ ୨୦୨୧-୨୨ ବନ୍ଦ ରଖାଯାଇଛି ।

ତେବେ କେବେଳ ଭାରତୀୟ ସ୍ଥଳ ସେନାରେ ନିଯୁକ୍ତି ପ୍ରକ୍ରିୟା ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି । ହେଲେ ଭାରତୀୟ ନୌସେନା ଓ ବାୟୁସେନାରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି । ଏଥିସହ ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ଭାରତୀୟ ନୌସେନାରେ ୨୦, ୨୭୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବାୟୁସେନାରେ ୨୭,୧୧୬ଜଣ ନିଯୁକ୍ତି ପାଇଛନ୍ତି ।

ସେହିପରି ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ନିଆଯାଉଛି ବୋଲି ସିଂ କହିଛନ୍ତି । ଏପେଟ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତେବେ ସେନା ନିଯୁ୍କ୍ତି ପ୍ରକ୍ରିୟା ସ୍ଥଗିତ କେନ୍ଦ୍ର ସରକାର କରିନଥିବା ସେ କହିଛନ୍ତି ।

ଏହି ସ୍ଥଗିତ ଇଣ୍ଡିଆନ ଆର୍ମି କରିଥିବା ସେ କହିବା ସହ କୋଭିେଡ ମହାମରୀ କାରଣରୁ ଏହାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି । ଏଥିସହ ଦେଶରେ କୋଭିଡ ସଂକ୍ରମଣ ହାର କମିଥିବା ବେଳେ ମହାମରୀ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ ବୋଲି ଭଟ୍ଟ କହିଛନ୍ତି ।

ଅନ୍ଯପଟେ ଇଣ୍ଡିଆନ ଆର୍ମି ନିଯୁକ୍ତି ଲାଗି ବଡ ଧରଣର ରାଲି ହୋଇଥାଏ । ଏଥିପାଇଁ ବହୁତ ସଂଖ୍ୟାରେ ପରୀକ୍ଷାର୍ଥୀ ଆସିବା ସହ ଗହଳି ମଧ୍ୟ ହୋଇଥାଏ । ଏହି ସବୁ କାରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ସାମୟିକ ସମୟ ଲାଗି ସ୍ଥଗିତ ରଖାଯାଇଛି ବୋଲି କେନ୍ଦ୍ର ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ ରାଜ୍ୟସଭାରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details