ଶ୍ରୀନଗର: ଅଶାନ୍ତ କାଶ୍ମୀର । ଜମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ଓ ପୁଲୱାମାରେ ଦୁଇ ଆତଙ୍କବାଦୀ ଏଭଳି କାଣ୍ଡ ଘଟାଇଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ଆୱାଣ୍ଟିପୁରାର ଆତଙ୍କବାଦୀ ଜଣେ ଦୋକାନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଦୋକାନୀ ଜଣକ ହେଲେ ପାନାଜୋ ନିବାସୀ ମହମ୍ମଦ ଆୟୁବ ଆହଗର । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ଜଣେ ଡ୍ରାଇଭର ମହମ୍ମଦ ଅସମଲ ୱାନୀ ଆତଙ୍କବାଦ ଗୁଳିରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି ।